ଯୁବଡାକ୍ତର ଙ୍କ ମୃତ୍ୟୁରେ ଓଡାପଡା ଅଞ୍ଚଳ ରେ ଶୋକର ଛାୟା
ଢେଙ୍କାନାଳ ତା:15.11.23(ସା ଆ ମି )ଓଡାପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଯୁବଡାକ୍ତରଙ୍କ ମୃତ୍ୟୁରେ ଓଡାପଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ସୂଚନା ଅନୁଯାଇ 2020/21 ବର୍ଷ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗଦେଇ ଅଦ୍ୟାବଧି ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଥିଲେ ! ଆଜି ପୂର୍ବାହ୍ନରେ ଜିଲ୍ଲା ସ୍ଥରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବାବେଳେ ଡାକ୍ତରଙ୍କ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗଦାନ ବିଳମ୍ବତା ନେଇ ଚାଳକ ଯାଇ ଦେଖିଲା ବେଳକୁ ଡାକ୍ତର ଅବନୀ କାନ୍ତ ସାହୁ ତାଙ୍କର କୋଠରୀରେ ପଡିରହି ଥିବାର ସୂଚନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଇଥିଲେ! ସୂଚନା କ୍ରମରେ ମୋଟଙ୍ଗା ଥାନାରେ ଇଉଡି କେସ ନଂ 20/23ରୁଜୁ କରାଯାଇ ଶବ ଜବତ ସହ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ଢେଙ୍କାନାଳକୁ ସ୍ଥାନାନ୍ତର ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି! ଡାକ୍ତର ଅବନୀକାନ୍ତ ସାହୁଙ୍କ ଅକାଳ ବିୟୋଗ ରେ ଓଡାପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଓ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି! ଢେଙ୍କାନାଳରୁ ଜଗନ୍ନାଥ ନାୟକ
ସାରାଆକାଶ.