ପ୍ରଜା ଆନ୍ଦୋଳନ ପାଇଁ କ୍ଷତିଗ୍ରସ୍ତ ପ୍ରଜାମହାସଂଘର ପ୍ରସ୍ତୁତି
କଣ୍ଟାବଣିଆ ତା 19.11.23(ସା ଆ ମି ) ନିମବହାଳି ଛକ ନିକଟ ମୋଟଙ୍ଗା ବୁଧବାର ହାଟପଡ଼ିଆ ଠାରେ କ୍ଷତିଗ୍ରସ୍ତ ପ୍ରଜାମହସଙ୍ଘର ସ୍ଥାୟୀ ସଭାପତିଶ୍ରୀଯୁକ୍ତ ରବିନାରାୟଣ ସାହୁ ଙ୍କ ଆବାହକତା ରେ ମୋଟଙ୍ଗା, କଡଲା, ଗାଲପଡା,କୁମୁରୁସିଙ୍ଗାଓ ପାଇକ ପୁରୁଣାକୋଟ ଗ୍ରାମପଞ୍ଚାୟତ ରବାରଗୋଟି ଗ୍ରାମ ଯଥା ମୋଟଙ୍ଗା, ଝାଡବନ୍ଧ, ତରକାବେଡା,ଗାଲପଡା, କୋଠାଳୁ, ବେରୁଆଁପାଳ, ବେଣୀପଥର, କଡଲା, ଚାରଡ଼ଗାଡିଆ, ଭାନୁପଡା, କାଙ୍ଗଳପାଳ, ବାଲିସାହି ଆଦି ବାରଗୋଟି ଗ୍ରାମର ପ୍ରତିନିଧି ମାନେ ମୋଟଙ୍ଗା ତୁଳସୀଡ଼ିହ ରେ ଥିବା ଫେରୋଅଲୱେଜ ପ୍ରକଳ୍ପ ଓହିନ୍ଦୋଳ ଝାଡବନ୍ଧ ସ୍ଥିତ ଲୌହ ଇସ୍ପାତ ପ୍ରକଳ୍ପ ର ସମ୍ପ୍ରସାରଣ ନିମନ୍ତେ ରୁଙ୍ଗଟା କମ୍ପାନୀକୁ ପ୍ରଜାମାନେ ଅତୀତରେ ଜମି ଦେବାପରେ ଅତ୍ୟାଚାରିତ ହୋଇ ଅତିଷ୍ଠ ହୋଇ ପୁନଶ୍ଚ ବ୍ୟକ୍ତିଗତ ହେଉ କିମ୍ବା ଗୋଷ୍ଠୀ ଗତ ଜମି ରୁଙ୍ଗଟା କମ୍ପାନୀକୁ ହସ୍ତାନ୍ତର ନକରିବାକୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁପ୍ରସ୍ତୁତି ବୈଠକ ହୋଇଥିଲା!
କାର୍ଯ୍ୟକ୍ରମରେ ଉଭୟ ଓଡାପଡା ଓ ହିନ୍ଦୋଳ ବ୍ଲକ ବରିଷ୍ଠ ନାଗରିକ,ପୂର୍ବତନ ଜନପ୍ରତିନିଧି,ବୁଦ୍ଧିଜୀବୀ, ଜମିହରା ବିସ୍ଥାପିତ ପ୍ରଜା ଓ ଗ୍ରାମବାସୀ ଯୋଗ ଦେଇ ଆଗାମୀ ଦିନର ପ୍ରଜା ଆନ୍ଦୋଳନ ପ୍ରସ୍ତୁତି ବୈଠକରେ ଯୋଗଦେଇଥିଲେ! କଣ୍ଟାବଣିଆରୁ ହିମାଂଶୁ ଶେଖର ସ୍ୱାଇଁ
ସାରାଆକାଶ