ଭତ୍ତା ବୃଦ୍ଧି ପାଇଁ ବାହାନଗା ବ୍ଲକ ଘେରାଉ କଲା ସଂଘର୍ଷ ସମିତି
ସାରା ଆକାଶ (ବାଲେଶ୍ୱର) ବାହାନଗା ଆଜି ତା ୧୯. ୧୧. ୨୪ ରିଖ. ଓଡିଶାଭତ୍ତା ପ୍ରଦାନସଂଘର୍ଷ ସମିତି ଆହ୍ୱାନ ରେ ବାଲେଶ୍ୱର ଜିଲ୍ଲା ବାହାନାଗା ବ୍ଲକ ସମୁଖରେ ଜିଲ୍ଲା ସଭାପତି ଦୀନବନ୍ଧୁ ମଲ୍ଲିକଙ୍କ ଅଧକ୍ଷରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା. ଏଥିରେ ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତି ଯୋଗଦେଇ କହିଲେ ରାଜ୍ୟ ସରକାର ଯଦି ତୁରନ୍ତ ୩OOO ଟଙ୍କା ରୁ ୩୫OO ଭତ୍ତା ବୃଦ୍ଧି ନକଲେ ଆମେ ବିଧାନସଭା ଘେରାଉ କରାଯିବ. ଏହି ମର୍ମ ରେ ବ୍ଲକଗୋଷ୍ଟି ଉନୟନଅଧିକାରୀ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଏହି ଦାବି ପ୍ରଦାନ କରାଯାଇଥିଲା. ଏହି ସଭା ରେ ଅନ୍ୟ ମାନଙ୍କ ମଧ୍ୟରେ ଶରତ କୁମାରରଣା ସିପ୍ରା ଦାସ ନରେନ୍ଦ୍ର କର ରଜନୀ ବିଶ୍ୱାଳ ପ୍ରମୁଖ ସରକାର ନିର୍ବାଚନ ବେଳେ ଦେଇଥିବା ପ୍ରତିଶୃତି ପାଳନ ନ କଲେ ଆନ୍ଦୋଳନ ବ୍ୟାପକ କରିବାକୁ ଚିତାବନୀ ଦେଇଥିଲେ.