ପୁରାତନ ଛାତ୍ର ସଂସଦ ପକ୍ଷରୁ ଆନ୍ତଃ ବିଦ୍ୟାଳୟ ପ୍ରତିଯୋଗିତା

0

କିଶନନଗର :15.11(ସାଆମି) କଟକ ସଦର ଅଞ୍ଚଳର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଗୋପାଳ ସ୍ମୃତି ବିଦ୍ୟାପୀଠର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ହେବାକୁ ଯାଉଥିବା ପ୍ଲାଟିନମ ଜୁବୁଲି ଉତ୍ସବ ପରିପ୍ରେକ୍ଷିରେ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ କଟକ ଓ ଜଗତସିଂହପୁର ଜିଲ୍ଲାର ୩୯ ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ପ୍ରତିଯୋଗିତା ଗୋପାଳ ସ୍ମୃତି ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରବନ୍ଧ, ବକ୍ତୃତା,ଲଘୁ ସଙ୍ଗୀତ,ଚିତ୍ରାଙ୍କନ ପ୍ରଭୁତି ୯ଟି ବିଭାଗରେ ୩୫୬ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସଂସଦର ସଭାପତି ରଘୁନାଥ ପୃଷ୍ଟିଙ୍କ ସଭାପତିତ୍ବରେ ଏହି ପ୍ରତିଯୋଗିତାକୁ କଟକ ସଦର ବ୍ଲକ ଶିକ୍ଷା ଅଧିକାରୀଣୀ ସରସ୍ଵତୀ କାନୁନଗୋ ଉଦଘାଟନ କରିଥିବାବେଳେ ଏଥିରେ ୧୯୬୯ ବ୍ଯାଚର ପୁରାତନ ଛାତ୍ର ହେମନ୍ତ କୁମାର ଦାସ,ପ୍ରଫୁଲ୍ଲ ଚନ୍ଦ୍ର କର,ସଂସଦର ସମ୍ପାଦକ ଉମେଶ ଚନ୍ଦ୍ର ଜେନା,ଉପସଭାପତି ଅକ୍ଷୟ ଭୂୟାଁ ଓ କରୁଣାକର ପ୍ରଧାନ,ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିକୁଞ୍ଜ କିଶୋର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ। ସଂସଦର ସଙ୍ଗଠନ ସମ୍ପାଦକ ସାମ୍ବାଦିକ ତାପସ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରତିଯୋଗିତାକୁ ସଂସଦର କୋଷାଧ୍ୟକ୍ଷ ନବଘନ ରାଉତ, ପୁରାତନ ଛାତ୍ର ସାଧୁ ଜେନା,ପ୍ରଦୀପ କର,ରତିରଞ୍ଜନ୍ ପଟ୍ଟନାୟକ,ପ୍ରତାପ ମହାପାତ୍ର,ପୂର୍ଣ୍ଣଚନ୍ଦ୍ର ପଣ୍ଡା,ପୀୟୁଷ ରଞ୍ଜନ ପରିଡ଼ା,ସଂଜୀବ ବୈଶାଖ,କାଳିନ୍ଦୀ ସ୍ୱାଇଁ,ଯୋଗେନ୍ଦ୍ର ନାଥ ଭୋଇ,ପରମାନନ୍ଦ ରାଉତ,ପୁରାତନ ଛାତ୍ରୀ ଦିପ୍ତିମୟି ଜେନା,ଲକ୍ଷ୍ମୀପ୍ରିୟା ଓଝା,ପ୍ରମୋଦିନି ଜେନା,ମଞ୍ଜୁଲତା ଜେନା ପ୍ରମୁଖ ପ୍ରତିଯୋଗିତାକୁ ପରିଚାଳନା କରିଥିବାବେଳେ ବହୁ ପୁରାତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ। ପୁରାତନ ଛାତ୍ର ସଂସଦ ପକ୍ଷରୁ ସମସ୍ତଙ୍କ ପ୍ରତିଯୋଗୀଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯାଇଥିବା ବେଳେ ସମସ୍ତଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । କୃତି ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତା ଡିସେମ୍ବର ମାସରେ ପାଳନ ହେବାକୁ ଥିବା ଉତ୍ସବରେ ପୁରସ୍କୃତ କରାଯିବ ବୋଲି ପୁରାତନ ଛାତ୍ର ସଂସଦର ସମ୍ପାଦକ ଶ୍ରୀ ଜେନା ସୂଚନା ଦେଇଛନ୍ତି।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?