ଯାଜପୁରଜିଲ୍ଲା ଭତ୍ତା ପ୍ରଦନସଂଘର୍ଷ ସମିତି ଜିଲ୍ଲାପାଳ ଙ୍କ ଜରିଆରେ ଭତ୍ତାବୃଦ୍ଧି ଦାବିରେ ମୁଖ୍ୟମନ୍ତ୍ରୀ ଙ୍କୁ ଦେଲେ ବାବିପତ୍ର

0

ଯାଜପୁର ଆଜି ଟା ୨୯. ୧O. ୨୪ ରିଖ ଓଡିଶା ଭତ୍ତାପ୍ରଦାନ ସଂଘର୍ଷ ସମିତି ଆହ୍ୱାନ ରେ ଭତ୍ତାବୃଦ୍ଧି ଦାବି କୁ ନେଇ ଦାବି ସପ୍ତାହ ପାଳନ ପରିପ୍ରେକ୍ଷୀରେ ଆଜି ଯାଜପୁର ଜିଲ୍ଲାପାଳ ଡ. ପି. ଅନୁଷା ରେଡି କୁ ମୁଖ୍ୟମନ୍ତ୍ରୀ ଙ୍କ ମର୍ମରେ ଏକ ଦାବି ପ୍ରଦାନ କରାଯାଇଥିଲା. ଜିଲ୍ଲା ର ଏକ ପ୍ରତିନିଧି ଦଳ ଭତ୍ତାଧାରୀମାନେ ନାହିଁ ନଥିବା ଅସୁବିଧାରେ ସମୁଖୀନ କଥା ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତି ଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ. ପରେ ପରେ କାର୍ଯ୍ୟାଳୟ ସମୁଖରେ ଭତ୍ତାପ୍ରଦାନ ସଂଘର୍ଷ ସମିତି ର ଜିଲ୍ଲା ସଭାପତି ମାୟାଧର ପାତ୍ର ଙ୍କ ସଭାପତିତ୍ୱ ରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା. ଏହି ସଭାରେ ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତି ବିଜେପି ସରକାର ଙ୍କୁ ଦୃଢ଼ ସମାଲୋଚନା କରି କହିଲେ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶୃତି ଅନୁଯାଇ ସମସ୍ତ ଭତ୍ତାଧାରୀ ମାନଙ୍କୁ ୩OOO ରୁ ୩୫OO ଦେବା ଆଜି ପ୍ରତାରଣା ରେ ପରିଣତ ହେବାକୁ ଯାଉଛି ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ ଠିକ ଏହି ସମୟରେ ଡବଲଇଞ୍ଜିନ ସରକାର ଅଦାନୀ ଓ ଅମ୍ବାନୀ ଙ୍କୁ ୧୭ ହଜାର ୭୩୪ କୋଟି ଟଙ୍କା ରୂଣଛାଡ଼ ଙ୍କୁ କଢ଼ା ସମାଲୋଚନା କରିକହିଲେ ସେମାନେ କଣ ଗରିବ ନା ବି. ପି. ଏଲ. ଧାରୀ. ଏହି ପ୍ରତିବାଦ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ନାରାୟଣ ଚନ୍ଦ୍ର ନାୟକ. ନିରଞ୍ଜନ ପରିଡା. ବିଜୟମହାନ୍ତି ବ୍ରହ୍ମାନନ୍ଦ ଦାସ. ନିରୁପମା ମହାରଣା ବିକାଶ ସାହୁ ଦିଲ୍ଲୀପ ଦାସ ପ୍ରମୁଖ ବି ଜେ. ପି. ସରକାରକୁ ଚିତାବନୀ ଦେଇ କହିଲେ କାଳୀପୁଜାରେ ସମସ୍ତ ମଧୁବାବୁ ପେନସନ ଧାରୀ. ବିଧବା. ଦିବ୍ୟାଙ୍ଗ ଦୁସ୍ଥ କଳାକାର ମାନଙ୍କ ଭତ୍ତାବୃଦ୍ଧି ନ କଲେ ଜିଲାରେ ଥିବା ୧O ଗୋଟି ବ୍ଲକ ୨ ଗୋଟି ମୁନିସିପାଲିଟି ରେ ଆନ୍ଦୋଳନ କରିବା ସହିତ ଅଚଳଅବସ୍ଥା ସୃଷ୍ଟି ହେବ ବୋଲି ବକ୍ତା ମାନେ ସରକାରକୁ ସତର୍କ ରହିବାକୁ ଆହ୍ୱାନ ଦେଇଥିଲେ


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?