ଯାଜପୁର ଜିଲ୍ଲା ଭତ୍ତାପ୍ରଦାନ ସଂଘର୍ଷ ସମିତି ପକ୍ଷରୁ ୨୪ ରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବା ସହିତ ଦାବି ପତ୍ର
ବ୍ୟାସନଗର (ସାରା ଆକାଶ )ତା ୨୨. ୧O. ୨୪. ରିଖ ସ୍ଥାନୀୟ ସାପଗାଡ଼ିଆ ସ୍ଥିତ କାର୍ଯ୍ୟାଳୟ ଠାରେ ଓଡିଶା ଭତ୍ତାପ୍ରଦାନ ସଂଘର୍ଷ ସମିତି ଆହ୍ୱାନ ରେ ଅକଟୋବର ୨୧ ଠାରୁ ୨୬ ତାରିଖ ପର୍ଯନ୍ତ ଭତ୍ତା ବୃଦ୍ଧି ଦାବି ରେ ଦାବି ସପ୍ତାହ ପାଳନ କରାଯିବ. ଏହାକୁ ଆଖି ଆଗରେ ରଖି ଯାଜପୁର ଜିଲ୍ଲା ଭତ୍ତା ପ୍ରଦାନ ସଂଘର୍ଷ ସମିତି ରେ ଜିଲ୍ଲା ସଭାପତି ମାୟାଧର ପାତ୍ର ଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା. ଏହି ବୈଠକ ରେ ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତି ଯୋଗ ଦେଇ କହିଲେ ଯେ ପର୍ଯନ୍ତ ରାଜ୍ୟସରକାର ୩OOO ରୁ ୩୫OO ଟଙ୍କା ଭତ୍ତା ବୃଦ୍ଧି ଘୋଷଣା ନ କରିବା ପର୍ଯନ୍ତ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରିଥିଲେ. ଆଜି ଠାରୁ ବିଭିନ୍ନ ଜିଲ୍ଲା ରେ ଦାବି ଦିବସ ପାଳନ ସହିତ ସମସ୍ତ ଜିଲ୍ଲାପାଳ ଙ୍କ ଜରିଆରେ ଏହି ମର୍ମ ରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପ୍ରଦାନ କରାଯିବାକୁ ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ. ଏହି ପ୍ରସ୍ତୁତି ବୈଠକ ରେ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଯୋଗ ଦେବା ସହିତ ଜିଲ୍ଲା ଉପଦେଷ୍ଟା ଭାବେ ନାରାୟଣ ଚନ୍ଦ୍ର ନାୟକ. ନିରଞ୍ଜନ ପରିଡା ବିଦ୍ୟାଧର ଜେନା ଓ ମହିନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ.