ଦୁର୍ନୀତିର ଗନ୍ତାଘର ନାକଟିଦେଉଳ ପଞ୍ଚାୟତ ସମିତି
ସମ୍ବଲପୁର-( ସାରା ଆକାଶ ମିଡ଼ିଆ )ତା -8/9/2023ବିଗତ ଚବିଶ ବର୍ଷସରକାର ଶାସନ କାଳରେ ନାକଟିଦେଉଳ ପଞ୍ଚାୟତ ସମିତିରେ ସମିତି ଓ ଗ୍ରାମପଞ୍ଚାୟତ ତରଫରୁ ହୋଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ବ୍ୟାପକ ଭାବରେ ଦୁର୍ନୀତିହୋଇଥିବା ଅଭିଯୋଗ ହେଉଛି |ବର୍ତ୍ତମାନ ସରକାର ବଦଳି ଯାଇଛି ସତ ହେଲେ ସମ୍ବଲପୁର ଜିଲ୍ଲାରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳ ବିଧାୟକ ଥିବାବେଳେ ନାକଟିଦେଉଳ ପଂଚାୟତ ସମିତିରେ ଜିଲ୍ଲା ପରିଷଦ ସଭ୍ୟ,ସଭ୍ୟାଠାରୁ ଆରମ୍ଭ କରି ପଂଚାୟତ ସମିତି ଅଧ୍ୟକ୍ଷା, ପ୍ରାୟଗ୍ରାମପଂଚାୟତରେ ବିଯୁଜନତା ଦଳ ସମର୍ଥକ ମାନେ ସରପଞ୍ଚ ହୋଇ ଥିବାରୁ ନାକଟିଦେଉଳ ରେ ବିଜେଡି ରାଜ ଚାଲିଛି ,ଫଳରେ ଡିଆରଡିଏରୁ ମଂଜୁର ହୋଇ ଆସୁଥିବା ବିଭିନ୍ନ କାର୍ଯ୍ୟ ଗୁଡିକ ମନଇଛା ପରିବର୍ତନ କରାଯାଇ ଅନ୍ୟ କାମକରାଯାଉଛି ଏଠାରେ କନିଷ୍ଠ ଯନ୍ତ୍ରୀ ଲେଆଉଟ ନେଦେବା ପୂର୍ବରୁ ବିଜେଡି ଦଳର ସମର୍ଥିତ ଠିକାଦାର ସାଜିଥିବା କର୍ମୀମାନେ ଆଗତୁରା କାମ କରୁଛନ୍ତି ନିକଟରେ ସରପାଲି ପଞ୍ଚାୟତ ର ପଣ୍ଡୁଆ ଖୋଲ ଝାଡେଶ୍ୱେର ଶିବମନ୍ଦିର ରିନୋଭେସନ ପାଇଁଆସିଥିବା ମୁଖ୍ୟମନ୍ତ୍ରୀ ସହାୟତା କାମକୁ ମନ୍ଦିର କମିଟି କୁ ନଜଣାଇ ମନଇଛା ରେ ପାଚେରୀ ନିର୍ମାଣ କରାଯାଉ ଥିବା ଏବଂସୂଚନା ଫଳକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଫଟୋ ଥିବା ନେଇ ଅଭିଯୋଗ ହେବାପରେ ପ୍ରଶାସନ ତରଫରୁ ଉପଜିଲ୍ଲାପାଳ,ବିଡ଼ିଓ ଓ ତହସିଲଦାର କାର୍ଯ୍ୟ ସ୍ଥଳକୁ ଯାଇ ତଦନ୍ତ କରି ସୂଚନା ଫଳକ ହଟାଇଦେଇଛନ୍ତି କିଛି ଦିନ ତଳେ ରାସ୍ତା କାମ ପରିବର୍ତ୍ତେ କେନାଲ କାମହୋଇଥିବାନେଇ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ପୂର୍ବତନ ବିଧାୟକ ରୋହିତ ପୂଜାରୀଙ୍କ ବିଧାୟକଙ୍କ ପାଣ୍ଠି ଅନୁଦାନରେ ରୋହିତ ପୂଜାରୀଙ୍କ ସମର୍ଥକ ନାକଟିଦେଉଳ କଲେଜ ସମ୍ମୁଖରେ ଏକ ଅପେକ୍ଷା ସ୍ଥଳ ନିର୍ମାଣ କରୁଥିବା ବେଳେ ଉକ୍ତ ପାଣ୍ଠିରୁ ବିଧାୟକ ପ୍ରସନ୍ନଆଚାର୍ଯ୍ୟ ସମର୍ଥକ ସେହି ଜାଗା ନିକଟରେ ଆଉ ଏକ ଅପେକ୍ଷା ସ୍ଥଳ ନିର୍ମାଣ କରାଯାଉଥିବା ଦେଖିବାକୁ ମିଳିଛି lବର୍ତ୍ତମାନ ଏହିବ୍ଲକରେ ମନ ଇଚ୍ଛା କାର୍ଯ୍ୟ କରା ଯାଇ ବ୍ୟାପକ ଦୁର୍ନୀତି ହେଉ ଥିବା ଅଭିଯାଗହେଉଛିନାକଟିଦେଉଳ