ଦାବି ପୂରଣ ନ ହେଲେ ପ୍ରାଥମିକ ସ୍କୁଲରେ ଝୁଲିବ ତାଲା

0

ସମ୍ବଲପୁର,୧୨ା୮(ସା.ଆ.ମି.): ସମ୍ବଲପୁର ଜିଲ୍ଲାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ ନେଇ ଶୁକ୍ରବାର ସମ୍ବଲପୁରସ୍ଥିତ ଅଗ୍ନିଶିଖା ସଭାଗୃହଠାରେ ଜିଲ୍ଲା ସଭାପତି ଲଳିତମୋହନ ପୃସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭା ପୂର୍ବରୁ ସର୍ବପ୍ରଥମେ ମା’ ସମଲେଶ୍ୱରୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାନ୍ତ କୁମାର ଦାସଙ୍କ ପରିଚାଳନାରେ ସଭାକାର୍ଯ୍ୟ ଅନୁଷ୍ଠିତ ହେବା ସହ ୩ ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମ୍ବଲପୁର ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆଗାମୀ ୧୫ ତାରିଖ
ଭିତରେ ଦାବି ପୂରଣ ନ ହେଲେ ୧୬ ତାରିଖରେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ତାଲା ଝୁଲିବ ବୋଲି ନିଷ୍ପତ୍ତି ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ବ୍ଲକ ସମସ୍ତ ପ୍ରାଥମିକ ଶିକ୍ଷକ ନେତୃବୃନ୍ଦ ଯୋଗ ଦେଇଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?