ଜାତୀୟ ରାଜପଥ ଠିକାଦାରଙ୍କ ମନମାନୀରେ ହତସନ୍ତ ହେଉଛନ୍ତି ଯାତ୍ରୀ ଓ ଵ୍ୟବସାୟୀ
ଓଡ଼ାପଡ଼ା ତା ୧୨,୮,୨୩(ସା ଆ ମି ) ଜାତୀୟ ରାଜପଥ ସଂମ୍ପସାରଣ କାର୍ଯ୍ୟ କରୁଥିବା ଠିକାଦାରଙ୍କ ମନମାନୀ ଯୋଗୁଁ ହିନ୍ଦୋଳ ରୋଡ ବଜାର ଜନସାଧାରଣ,ଯାତ୍ରୀ ଓ ଵ୍ୟବସାୟୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ସଂମ୍ପସାରଣ କାର୍ଯ୍ୟ କରୁଥିବା ଠିକାଦାର ହିନ୍ଦୋଳ ରୋଡ ବଜାର ମଧ୍ୟରେ ରାସ୍ତାର ଦୁଇ ପାର୍ଶ୍ଵରେ ଡ଼୍ରେନ ନିର୍ମାଣ ନିମନ୍ତେ ଗାତ ଖୋଳି ଦେଇ ଦୀର୍ଘଦିନ ଧରି ପକେଇ ରଖିବା ଯେତିକି ଡ଼୍ରେନ ନିର୍ମାଣ କାର୍ଯ୍ୟ ଶେଷ କରାଯାଇଛି ଡ଼୍ରେନ ଦୁଇ କଡ଼ରେ ମାଟି ଫିଲିଙ୍ଗ କରୁନାହାନ୍ତି । ଯାହା ଫଳରେ ଯାତାୟତରେ ବାଧା ସୃଷ୍ଟି ହେଉଛି। ଏବଂ ଡ଼୍ରେନ ଦୁଇ କଡ଼ରେ କୈାଣସି ସୁରକ୍ଷା ବାଡ଼ ନାହିଁ ଯାହା ଫଳରେ ଜନସାଧାରଣ ଦୃଘଟଣାର ଶିକାର ହେଉଥିବା ଦେଖିବାକୁ ମିଳିଛି ।ଏହା ପୂର୍ବରୁ ନୀଳମଣି ସାହୁ ନାମକ ଜଣେ ଚାଷୀ ହିନ୍ଦୋଳ ରୋଡ ହାଟ କୁ ଯିବା ବେଳ ଗାତ ମଧ୍ୟରେ ଖସି ପଡ଼ି ମୃତ୍ୟୁ ବରଣ କରିଥିବା ଜଣାପଡିଛି ।ଏହା ସତ୍ୟେ ଠିକାଦାର ବେପରୁଆ ଭାବେ ମନ ଇଚ୍ଛା କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଏହି ଠିକାଦାର ଉପରେ ପ୍ରଶାସନର କୈାଣସି ଅଙ୍କୁଶ ଲାଗି ପାରୁନଥିବାରୁ ଜନସାଧାରଣ ଙ୍କ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ହିନ୍ଦୋଳ ରୋଡ ବଜାର ମଧ୍ୟରେ ଡ଼୍ରେନ ନିର୍ମାଣ କାର୍ଯ୍ୟ ଶେଷ କରିବା ସହିତ ଡ଼୍ରେନ ଦୁଇ ପାର୍ଶ୍ଵରେ ମାଟି ଫିଲିଙ୍ଗ କରି ଜନ ସାଧାରଣଙ୍କ ଯାତାୟାତକୁ ସୁଗମ କରିବା ପାଇଁ ଦାବି କରିଛନ୍ତି । ଅନ୍ୟଥା ହିନ୍ଦୋଳ ରୋଡ ବଜାର କମିଟି ସଭାପତି ରବିନାରାୟଣ ବେହେରା ଓ ସଂପାଦକ ରଣଜିତ୍ କୁମାର ନାୟକଙ୍କ ସହିତ ସଭ୍ୟ ମାନେ ପ୍ରତିବାଦ ସ୍ବରୂପ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।
ଓଡାପଡାରୁ ଜିତେନ୍ଦ୍ର କୁମାର ଧୀର (ସାରାଆକାଶ)