ଫ୍ଲାଏ ଓଭରର ସ୍ଲାବ ଭୁଶୁଡ଼ିବାରୁ ୮ ଶ୍ରମିକ ଗୁରୁତର
ପାଟନା : ନିର୍ମାଣାଧୀନ ଫ୍ଲାଏଓଭରର ସ୍ଲାବ ଭୁଶୁଡ଼ିବାରୁ ୮ ଶ୍ରମିକ ଗୁରୁତର ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ବୁଧବାର ହାଇଦ୍ରାବାଦର ଏଲବି ନଗର ଅଞ୍ଚଳରେ ଘଟିଛି। ସମସ୍ତ ଶ୍ରମିକଙ୍କ ଘର ଉତ୍ତରପ୍ରଦେଶରେ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଏହି ଫ୍ଲାଏ ଓଭର ହାଇଦ୍ରାବାଦର ସାଗର ରିଙ୍ଗ ରୋଡ ସହ ଏଲ୍ବି ଜଙ୍କସନ୍କୁ ସଂଯୋଗ କରିବ । ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ଅଧୀନରେ ଏହି କାମ ଚାଲୁଛି।
ଆଜି ଏହି କାମରେ ବହୁ ଶ୍ରମିକ ନିୟୋଜିତ ଥିବା ବେଳେ ହଠାତ୍ ଫ୍ଲାଏଓଭରର କିଛି ସ୍ଲାବ ଖସି ଯାଇଥିଲା। ସେଠାରେ କାମ କରୁଥିବା ୮ ଶ୍ରମିକ ଉକ୍ତ ସ୍ଲାବ ତଳେ ଚାପି ହୋଇ ଯାଇଥିଲେ। ତୁରନ୍ତ ପୁଲିସ୍ ଓ ଉଦ୍ଧାରକାରୀ ଦଳ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ଫ୍ଲାଏଓଭର କାମ କରୁଥିବା ଠିକାଦାରଙ୍କ ଖାମଖିଆଲି ନୀତି ଯୋଗୁ ଏହି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି।