ମଣିପୁରରେ ଇଣ୍ଟରନେଟ ସେବା ଯୋଗାଇ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

0

ମଣିପୁର : ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁରରେ ଅଚଳା ଅବସ୍ଥା ଜାରି ରହିଛି। ମାସେରୁ ଅଧିକ ଦିନ ହେଲା ଲୋକମାନେ ଇଣ୍ଟରନେଟ ଠାରୁ ଆରମ୍ଭ କରି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ମଣିପୁର ଜଳୁଥିବା ବେଳେ ସତେ ଯେମିତି ଏଥିପ୍ରତି କାହାର ନିଘା ନଥିବା ଭଳି ସ୍ଥିତି ସୃଷ୍ଟି ହୋଇଛି। ଏସବୁ ଭିତରେ ଆଜି ମଣିପୁରର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଆଶିଂକ ଇଣ୍ଟରନେଟ ସେବା ଆରମ୍ଭ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଇଣ୍ଟରନେଟ ବ୍ୟାନ ଯୋଗୁ ରାଜ୍ୟବାସୀ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ନାମଲେଖା ପ୍ରକ୍ରିୟା ଚାଲିଥିବାରୁ ଶିକ୍ଷାର୍ଥୀମାନେ ସମସ୍ୟା ଭୋଗୁଛନ୍ତି। ତେଣୁ କିଛି ସ୍ଥାନରେ ସୀମିତ ଇଣ୍ଟରନେଟ ସେବା ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଲୋକମାନଙ୍କୁ ସେମାନଙ୍କ ଜରୁରୀ କାମ କରିବା ପାଇଁ କୋର୍ଟ ଏପରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୨୩ରେ ହେବ।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?