୧୭ରେ ଢେଙ୍କାନାଳ ଆସିବେ ଶାହ
ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ । ସେ ଢେଙ୍କାନାଳରେ ବିଜେପିର ମହା ଜନସମ୍ପର୍କ ଯାତ୍ରାରେ ଯୋଗ ଦେବେ। ଏ ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସାଧାରଣା ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।
ଢେଙ୍କାନାଳରେ ହେବାକୁ ଥିବା ସମାବେଶରେ ୫୦ ହଜାର ଲୋକଙ୍କୁ ଶାହ ସମ୍ବୋଧନ କରିବେ। ଏହାସହ ଭାରତ ସରକାରଙ୍କ ଦ୍ୱାରା ପଦ୍ମ ପୁରସ୍କାର ପ୍ରାପ୍ତ ଏବଂ ଭାରତ ସରକାରଙ୍କ ଦ୍ୱାରା ସମ୍ମାନିତ ହୋଇଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ଶାହଙ୍କର। ୯ ବର୍ଷ ଶାସନ କାଳରେ ମୋଦୀ ସରକାରଙ୍କ ଯୋଜନା ଚିତ୍ର ରଖିବେ। ତାଙ୍କ ସହ କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଏବଂ ରାଜ୍ୟ ନେତୃତ୍ୱ ଉପସ୍ଥିତ ରହିବେ।