ମୋ ଘର ଯୋଜନା ସମର୍କିତ ପ୍ରଶିକ୍ଷଣ

0

ନୟାଗଡ,୯l୬: ନୂଆଗାଁ ବ୍ଲକ୍ ସଭାଗୃହରେ ମୋ ଘର ଯୋଜନା ସମ୍ପର୍କିତ ମୋ ସେବା କେନ୍ଦ୍ରଗୁଡିକୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳର ସମସ୍ତ କଚା ଘରକୁ ପକା କରିବା ପାଇଁ ରାଜ୍ୟ ସରକାର ମୋ ଘର ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଉପରେ ତହସିଲ କାର୍ଯ୍ୟାଳୟ ଅଧିକାରୀ ,ବ୍ୟାଙ୍କ୍ ଅଧିକାରୀ ମାନଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଶୁକ୍ରବାର ନୂଆଗାଁ ବ୍ଲକ୍ ଅଧୀନରେ ଥିବା ମୋ ସେବା କେନ୍ଦ୍ରଗୁଡିକୁ ବ୍ଲକ୍ର ସଭାଗୃହରେ ପ୍ରଶିକ୍ଷଣ ଦିଆ ଯାଇଥିଲା। ହିତାଧିକାରୀ ମାନଙ୍କ ଆବେଦନ ପ୍ରକ୍ରିୟା କିପରି ସମ୍ପୂର୍ଣ୍ଣ ସଠିକ୍ ହେବ, କଣ କଣ କାଗଜାତ ଆବଶ୍ୟକ,ଏନେଇ ମୋ ସେବା କେନ୍ଦ୍ର ଗୁଡିକୁ ପ୍ରଶିକ୍ଷଣ ଦିଆ ଯାଇଥିଲା।ଏହି ପ୍ରଶିକ୍ଷଣ ଶିବିର ରେ ୧୮ଟି ମୋ ସେବା କେନ୍ଦ୍ର ଉପସ୍ଥିତ ଥିଲେ।ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ବିଡିଓ ସଚିଦାନନ୍ଦ ମିଶ୍ର ଯୋଗଦେଇ ପ୍ରଶିକ୍ଷଣ ଶିବିର ଉଦ୍ଦେଶ୍ୟ ,ସରକାରଙ୍କ ମୋ ଘର ଯୋଜନାର ଉପାଦେୟତା ବର୍ଣ୍ଣନା କରିଥିଲେ। ଏବିଡ଼ିଓ ସ୍ବଦେଶ ରଞ୍ଜନ ଶତପଥୀ, ସିପି ତୁଷାର କାନ୍ତ ପାଣିଗ୍ରାହୀ, ବିପିସି କାର୍ତ୍ତିକ ପି ଏ ଦେବରାଜ ସାମଲ,ଏ ସିପି ସୁମନ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?