ବିଦ୍ୟୁତ ଆଘାତରେ ମା ଓ ପୁଅ ମୃତ

0

ସୋର: ବାଲେଶ୍ବର ଜିଲ୍ଳା ଖଇରା ଥାନା ଅଧୀନ ନାହୁଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ସ୍ତ୍ରୀ ତିଳୋତ୍ତମା ଦାସ ଓ ପୁଅ ରାମଚନ୍ଦ୍ର ଦାସ ଶନିବାର ସକାଳେ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି। ସୂଚନାଯୋଗ୍ୟ ମା ତିଳୋତ୍ତମା ଓ ପୁଅ ରାମଚନ୍ଦ୍ର ଘର ପାଖରେ ଥିବା ବାଡ଼ିକୁ ଯାଉଥିଲେ। ଏହି ସମୟରେ ରାସ୍ତାରେ ଘର ବନାଇବା ଲାଗି ପଡ଼ିଥିବା ରଡ଼ ଉପରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା। ଉଭୟ ମା ଓ ପୁଅ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ଏହି ସମୟରେ ଘରେ ଥିବା ତାଙ୍କ ସାନ ଝିଅ ଖବର ପାଇ ଖଇରାରେ ଥିବା ପୂର୍ଣ୍ଣଚନ୍ଦ୍ରଙ୍କୁ ଖବର ଦେଇଥିଲେ। ପୂର୍ଣ୍ଣଚନ୍ଦ୍ର ପହଞ୍ଚି ତୁରନ୍ତ ମା ଓ ପୁଅ ଉଭୟଙ୍କୁ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କିନ୍ତୁ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?