ରାତି ୨ଟାରେ ଶୁଣିଲେ ସ୍କ୍ରିପ୍ଟ, ସକାଳେ କଲେ ଫିଲ୍ମ ଶୁଟିଂ

0

ଫିଲ୍ମର କାହାଣୀ ଲେଖିବାଠାରୁ ଆରମ୍ଭ କରି ଶୁଟିଂ ପର୍ଯ୍ୟନ୍ତ ଜଣଙ୍କୁ ବହୁତ ଲମ୍ବା ସମୟ ଦେଇ ଗତି କରିବାକୁ ପଡ଼ିଥାଏ। ବେଳେବେଳେ ଫିଲ୍ମର କାହାଣୀ ଅଭିନେତାଙ୍କୁ କହିବାର ମାସକ ପରେ ଶୁଟିଂ ଆରମ୍ଭ ହୋଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ବ୍ଲକ୍‌ବଷ୍ଟର ଫିଲ୍ମର ଏକ କୌତୂହଳ କାହାଣୀ କହିବୁ। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ।

ଏହା ହେଉଛି ବଲିଉଡ୍‌ର ସିଂଘମ୍‌ ଅର୍ଥାତ୍‌ ଅଜୟ ଦେବଗନଙ୍କ କଥା। ଏହି କଥା କାହାକୁ ଅଜଣା ନୁହେଁ ଯେ, ରୋହିତ ଶେଟ୍ଟୀ ଏବଂ ଅଜୟ ଦେବଗନଙ୍କ ସମ୍ପର୍କ ବହୁତ ଶକ୍ତିଶାଳୀ ବୋଲି। ଯେତେବେଳେ ଉଭୟ ଏକାଠି ହୁଅନ୍ତି, ସେମାନଙ୍କ ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍‌ ହୋଇଥାଏ। ତାଙ୍କର ନିକଟରେ ନିର୍ମିତ ଫିଲ୍ମ‘ ଦୃଶ୍ୟମ୍‌-୨’ରେ ନଜର ଆସିଥିଲେ। ଏହି ଫିଲ୍ମ ମଧ୍ୟ ବହୁତ ରୋଜଗାର କରିଛି। ରୋହିତ ସବୁବେଳେ ଅଜୟ ଦେବଗନଙ୍କ ସହ କାମ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଅଜୟଙ୍କୁ ଫିଲ୍ମର ସ୍କ୍ରିପ୍ଟ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଶୁଣିବାକୁ ପଡ଼ିଥିଲା। ଏହା ପରେ ସକଳ ୭ଟ ସୁଦ୍ଧା ସେ ଶୁଟିଂ ପାଇଁ ପ୍ରସ୍ତୁତ ଥିବା କହିଥିଲେ। ଅଜୟ କୌଣସି ଫିଲ୍ମର ସ୍କ୍ରିପ୍ଟ ପଢ଼ନ୍ତି ନାହିଁ। ମାତ୍ର ଶେଷ ଥର ପାଇଁ ସେ ‘ସିଂଘମ’ର ସ୍କ୍ରିପ୍ଟ ଶୁଣିଥିଲେ।

ରୋହିତ ଆହୁରି ମଧ୍ୟ କହିଛନ୍ତି, ଅଜୟ ରାତି ପ୍ରାୟ ୧୦ଟାରେ ଲଣ୍ଡନରୁ ଗୋଆକୁ ଫେରିଥିଲେ। ସେ ସଙ୍ଗେ ସଙ୍ଗେ ପୋଲିସର ଗେଟ୍‌ଅପ୍‌ ନେଇ ତାଙ୍କ କେଶକୁ ଷ୍ଟାଇଲ କରିଥିଲେ। ପରେ ତାଙ୍କୁ ସ୍କ୍ରିପ୍ଟ ପଢ଼ି ଶୁଣାଇ ଦିଆଯାଇଥିଲା। ୨ଟାରେ ସ୍କ୍ରିପ୍ଟ ସରିଲା। ସକାଳେ ଫିଲ୍ମ ଶୁଟିଂ ହେଲା। ଏହା ବ୍ଲକବଷ୍ଟର ବି ହୋଇଥିଲା l


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?