ଓଡ଼ିଆ ସିନେମାର ହିରୋ ଅନୁଭବ ମହାନ୍ତିଙ୍କ ବଡ ନିଷ୍ପତ୍ତି, Love in London ପିଲ୍ମର ରିଲିଜ ତାରିଖ ଘୁଞ୍ଚିଲା

0


ଜୁନ ୯ ତାରିଖରେ ରିଲିଜ୍ ହେବାକୁ ଥିବା ଫିଲ୍ମ ଜୁନ ୧୩ରେ ରିଲିଜ୍ କରିବା ପାଇଁ ଅନୁଭବ ମହାନ୍ତି ଡାଇରେକ୍ଟରଙ୍କୁ ଅନୁରୋଧ କରିଛନ୍ତି।
ଏ ସମସ୍ତ କାରଣ କଣ ଜାଣନ୍ତି, ବାହାନଗା ରେଳ ଦୁର୍ଘଟଣା। କରମଣ୍ଡଳ ରେଳ ଦୁର୍ଘଟଣା ବିଭୀଷିକା ଏତେ ଭୟଙ୍କର ଥିଲାଯେ ଯାହାର ତାତି ଆଜିଯାଏଁ ବି କମୁନି। ସେଇ ଦୁଃଖରେ ଅନୁଭବ ମହାନ୍ତି ମର୍ମାହତ ହୋଇ ପଡିଛନ୍ତି । ଆଉ ସେ ନିଷ୍ପତ୍ତି ନେଇଛନ୍ତି କି ତାଙ୍କ ଫିଲ୍ମ ର ୧୦ ପ୍ରତିଶତ ଲାଭ ଟଙ୍କାକୁ ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ନେଇ ପୈଠ କରିବେ ବୋଲି ନିଜେ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଭିଡିଓ ମାଧ୍ୟମ ରେ ଜଣାଇଛନ୍ତି। ସତରେ ଅନୁଭବ sir ଙ୍କର ଏ ଭଳି ଏକ ନିଷ୍ପତି କୁ ଶୁଣି ଭାରି ଖୁସି ଲାଗୁଛି । ଯଦି ଏଭଳି ମନ ଭାବ ସବୁ ଓଡ଼ିଆ industri ର କର୍ମକର୍ତ୍ତାଙ୍କ ମନ ଭିତରେ ଥାଆନ୍ତା ତେବେ ଓଡିଶାରେ ଥିବା ଅନେକ ଗରିବ ଲୋକ ଉପକୃତ ହୋଇପାରନ୍ତେ । କିନ୍ତୁ ଏଠି ଲୋକ ମାନେ ଭାରି ସ୍ବାର୍ଥପର ନିଜ ସ୍ବାର୍ଥ ବ୍ୟତୀତ କାହାରିକୁ ଦେଖନ୍ତିନି । ଓଡ଼ିଶାରେ ଯିଏ ଗରିବ ସିଏ ସାରା ଜୀବନ ଗରିବ ହୋଇ ରହିଯାଏ । ସରକାରୀ ସହାୟତା ନା ବ୍ୟକ୍ତି ଗତ ସାହାଯ୍ୟ କୌଣସି ସାହାଯ୍ୟ ପ୍ରକୃତ ଗରିବ ପାଖରେ ପହଞ୍ଚି ପାରୁନାହିଁ। ଗରିବ ଯଦି ସାହାଯ୍ୟ ପାଉଥାଆନ୍ତା ଆଜିଯାଏଁ ଓଡ଼ିଶା କୁ ଗରିବ ରାଜ୍ୟ ବୋଲି କୁହାଯାଉନଥାନ୍ତା ।
ଓଡ଼ିଶାର ଦୁର୍ଦ୍ଦିନ କାହାରିକୁ ଦେଖା ଯାଇନାହିଁ ଏଠି ସମସ୍ତେ କେବଳ advertisement କରିବାରେ ଲାଗିପଡିଛନ୍ତି । ଟଙ୍କାଟେ କାହାରିକୁ ଦେବେ ତାବି ପୁଣି କ୍ୟାମେରା ଆଗରେ ଦେଖେଇ ସାରିଲା ପରେ ଏ କି ପ୍ରକାରର ସାହାଯ୍ୟ।
ସତ କଥା ଟା ହେଉଛି ଗରିବର ବନ୍ଧୁ କେହି ନୁହନ୍ତି
ଭଗବାନଙ୍କୁ ଛାଡିଦେଲେ ଗରିବର କଥାକୁ କେହି ଶୁଣନ୍ତି ନାହିଁ
ଭଗବାନ ଯଦି ପାରୁଚ ଏ ଓଡ଼ିଶାର ଅସହାୟ ନିରୀହ ଗରିବମାନଙ୍କୁ ସହାୟ ହୁଅ


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?