ବାହାନଗା ଟ୍ରେନ୍ ଦୁର୍ଘଟଣା : ସାନଭାଇକୁ ଖୋଜୁଛନ୍ତି ବଡ଼ ଭାଇ
କଟକ: ସାନଭାଇ ମହମ୍ମଦ ଅଲ୍ଲୀକୁ ଛଅ ଦିନ ହେବ ଖୋଜୁଛନ୍ତି ଦିଲ୍ଲୀ ନିବାସି ତଥା ତାଙ୍କ ବଡ଼ ଭାଇ ମହମ୍ମଦ ତନିଫ। ଗଣମାଧ୍ୟମରେ ସାନ ଭାଇର ଭିଜୁଆଲ ଦେଖିବା ପରେ ସାଙ୍ଗେ ସାଙ୍ଗେ ଧାଇଁ ଆସିଥିଲେ ବଡ଼ ଭାଇ ବାଲେଶ୍ୱର ହସ୍ପିଟାଲ। ହେଲେ ସେଠାରେ ମେଡିକାଲରେ ତାଙ୍କ ଭାଇ ନଥିବା ଖବର ଜାଣି ପରେ ଭଦ୍ରକ ମେଡିକାଲ ଯାଇ ସେଠାରୁ ବି ନିରାଶ ହୋଇ ଆଜି ଏସସିବି ମେଡିକାଲରେ ପହଂଚିଛନ୍ତି ସେ। ହେଲେ ଏଠାରେ ଭାଇର କୌଣସି ଖବର ପାଇ ନଥିବା କହିଛନ୍ତି ମହମ୍ମଦ ତନିଫ। ସରକାର ଭାଇକୁ ଖୋଜିବାରେ ସହାୟତା କରିବା ପାଇ ଅନୁରୋଧ କରିଛନ୍ତି ସେ।