କାଳିଆ ଦେଲାଣି ଭୟଙ୍କର ସଂକେତ

0

ଓଡ଼ିଶାରେ ଘଟିଗଲା ଦାରୁଣ ଦୁଃଖ ଯାହାକୁ ଦେଖିଲେ ହୃଦୟର ସ୍ପନ୍ଦନ ଅଟକି ଯାଉଚି। ଗତ ୨ ତାରିଖ ଜୁନ ମାସ ଶୁକ୍ରବାର ଏହି ଦିନଟି ଭାରତ ପାଇଁ ଥିଲା କାଳର ଦିନ କରମଣ୍ଡଳ ଏକ୍ସପ୍ରେସ ବିରାଟ ବଡ ଟ୍ରେନ ଓଲଟି ପଡ଼ିଲା ଆଉ ଘଣ୍ଟାରେ ସମୟ ହୋଇଥିଲା ୭ଟା ସମୟ ତାପର ଦୃଶ୍ୟକୁ ବର୍ଣ୍ଣନା କରିବି କେମିତି ଜାଣିପାରୁନି, ହାତରୁ କଲମ ଖସି ପଡୁଛି, ଆଖିରୁ ଲୁହ ଝରି ପଡୁଛି, କାଗଜ ସବୁ ମିଳେଇ ଯାଉଛି ଆଖିର ଯନ୍ତ୍ରଣା ଭରା ଲୁହରେ। ବୃଦ୍ଧ ଠାରୁ ଆରମ୍ଭ କରି ଶିଶୁ ପର୍ଯ୍ୟନ୍ତ ସମସ୍ତଙ୍କର ଆଇଶ୍ଵକୁ ସମାନ କରିଦେଲେ ଜମ ରାଜ ଟ୍ରେନରେ ଥିବା ସବୁ ଯାତ୍ରୀ ପୋକ ମାଛି ପରି ମରିଯାଇଛନ୍ତି । ହେ ପ୍ରଭୁ ଏତେବଡ ଅଘଟଣ ଘଟି ଗଲା ତୁମେ କେମିତି ଚୁପ୍ ରହିପାରିଲ ତୁମେ କାହିଁକି ଅଟକେଇ ଲେନି ତୁମରି ଇଚ୍ଛାରେ ଦିନ ରାତି ହେଉଛି ପ୍ରଭୁ ତୁମକୁ କଣ ଜଣା ନଥିଲା ଏମିତି ହେବାକୁ ଯାଉଛି, ମହାବାହୁ ତୁମକୁ ହାଜର ହଜାର ପରିବାର ଆଜି ପ୍ରଶ୍ନ ପଚାରୁଛନ୍ତି ତୁମେ କୁହ ଏତେ ବଡ ଅଘଟଣ କିଏ ଘଟେଇଚି ଆଉ କୋଉ ଉଦେଶ୍ୟ ରେ ଏମିତି ନିଷ୍ଠୁର କାମ କରିଦେଲା କାହିଁକି ନିରିହ ଲୋକଙ୍କ ସବ ଉପରେ ଏତେବଡ ତାଣ୍ଡବ ରଚନା କରିଦେଲା ସେ କିଏ ତୁମ ହିଁ କେବଳ ସତ କହି ପାରିବ ଏଠି ଆଉ କେହି ସତ କହିବେନି, ସମସ୍ତେ ନିଜ ନିଜ ସ୍ବାର୍ଥ ପାଇଁ ପାଗଳ ବିରାଟ ବଡ ଦୁର୍ଘଟଣା ଘଟିଛି କିନ୍ତୁ କିଏ ଘଟେଇଛି ତାହା କେବେ କେହି କହିବେନି ଆଉ ଗୋଟିଏ କଥା କହିବେ ଦୃତ୍ ଗତିରେ ଟ୍ରେନ ଆସିଲା ଆଉ ଏମିତି ଅନିଷ୍ଠ ଘଟିଗଲା ଏହା ର ପ୍ରକୃତ ସତ ଭଗବାନ ହିଁ ଜାଣିଛନ୍ତି, ଯିଏ ଏତେବଡ ଘଟଣା ଘଟେଇ ଥିବ ଯିଏ ଏଥିରେ ସାମିଲ ଥିବ ସେ କଥା ଭଗବାନ ବିଚାର କରିବେ ହଜାର ହଜାର ଲୋକଙ୍କ ସବ କୁ ଦେଖିଲେ ଛାତି ଭିତରୁ ଜକେଇ ଆସୁଛି କୋହର ଲୁହ। ବାଲେଶ୍ଵର ଷ୍ଟେସନରୁ ଭାଷୀ ଆସୁଛି କରୁଣ ଚିତ୍କାର।
କିଏ ବାପାକୁ ଖୋଜୁଛି କିଏ ମାକୁ ଖୋଜୁଛି, କିଏ ସ୍ୱାମୀକୁ ଖୋଜୁଛି ଆଉ କିଏ ତା ଛୁଆକୁ ଖୋଜୁଛି। ଛାତି ଭିତର କୋରି ହେଇଯାଉଚି, ରକ୍ଷା କର ରକ୍ଷା କର ଶବ୍ଦରେ ପ୍ରକମ୍ପିତ ହେଇଯାଉଚି ବାଲେଶ୍ଵର ଷ୍ଟେସନ ହେ ବିଧାତା ତୁ କଣ କଲୁ ସହ ସହ ପରିବାରକୁ କେମିତି ଏତେ ବଡ ଦାରୁଣ ଦୁଃଖ ଦେଇପାରିଲୁ।
ତୋ ମନରେ କଣ ଟିକେ ହେଲେ ଦୟା ମାୟା ନଥିଲା ଏତେ ଲୋକଙ୍କ କଣ ଏକା ସାଙ୍ଗରେ ଆଇଶ୍ଵ ପୁରୀ ଯାଇଥିଲା ଜେ ଜମ ରାଜା ସମସ୍ତଙ୍କୁ ଏ କଥାରେ ମାରିଦେଲା।
କାହିଁକି ଏମିତି କଲୁରେ କାଳିଆ କାହିଁକି, ଏବେ କି ଉତ୍ତର ଦବୁରେ କାଳିଆ କହ।
ଓଡ଼ିଶାରେ ଜଗା ଥାଉ ଥାଉ ଏତେବଡ ଦୁର୍ଘଟଣା ଦୁଇ ଦୁଇ ଥର ଘଟି ଗଲାଣି ହେଲେ ତୁମେ କିଛି କରୁନ କାହିଁକି।
ଏବେ ତୁମେ ହିଁ ଦୋଷୀକୁ ଦଣ୍ଡ ଦେବ କାଳିଆ ଆଉ ଦୋଷୀକୁ ଲୋକ ଲୋଚନକୁ ତୁମେ ହିଁ ଆଣିବ ହେ ଜଗା କାଳିଆ
ନିରୀହ ଦୁଃଖୀ ରଙ୍କିଙ୍କୁ ତୁମେ ହିଁ ନ୍ୟାୟ ଦେବ କାଳିଆ
ହେ ଜଗତର ନାଥ ଜଗନ୍ନାଥ ଏବେ ତୁମେ ହିଁ ସାହା ଭରସା


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?