ସ୍ଲଗ,ମହିଳାଙ୍କ ଠାରୁ ଦେଢକୋଟି ଟଙ୍କା ଠକେଇନାକ୍ଟିଦେଉଳ ଥାନାରେ ଅଭିଯୋଗ
ସମ୍ବଲପୁର,୬l ୬ (ସା. ଆ. ମି ): ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ କୁଞ୍ଜାମୁରା ଗ୍ରାମର ମହିଳାଙ୍କଠାରୁ ସେହିଗ୍ରାମର ଦ୍ବିତିକ୍ରୁଷ୍ଣ ମହାନ୍ତି ଓ ନରୋତ୍ତମ ସାହୁ ଦେଢକୋଟି ଟଙ୍କା ଠକେଇ କରିଥିବା ନାକ୍ଟିଦେଉଳ ଥାନାରେ ଅଭିଯୋଗ କରିଛନ୍ତି l ଜଗନ୍ନାଥପ୍ରସାଦ ସ୍ଥିତ ଅର୍ଣ୍ଣପୁଣ୍ଣା ଓ ସ୍ପନ୍ଦନା ଘୋରଇ ଅର୍ଥ ଲଗାଣସଂସ୍ଥା ଏବଂ ଗୋଧିଢିପ ଠାରେ ଥିବା ଫ୍ଯୁଜନ ଓ ଆରଜନ ଫାଇନାନ୍ସ କମ୍ପାନୀ ନାକ୍ଟିଦେଉଳସ୍ଥିତ SkSଫାଇନାନ୍ସ କମ୍ପାନୀର ମ୍ଯାନେଜର ଓ ତାଙ୍କ କର୍ମଚାରୀଙ୍କ ସହାୟତାରେ ଦ୍ବିତୀକ୍ରୁଷ୍ଣ ମହାନ୍ତି ଓ ନରୋତ୍ତମ ସାହୁ ପ୍ରାୟ ୧୦୦ ଜଣ ମହିଳାଙ୍କ ଇନସୁରାନସ କରାଯିବ ବୋଲି କହି ସରଳ ମହିଳାଙ୍କର ଆଧାର କାର୍ଡ, ଭୋଟରକାର୍ଡ ଫଟୋ, ପାସବୁକ ଓ ଫିଙ୍ଗରପ୍ରିଣ୍ଟ ନେଇ ମହିଳମାନଙ୍କ ନାଁରେ ଲକ୍ଷଲକ୍ଷ ଟଙ୍କା ଉଠାଣ କରି ପ୍ରାୟ ଦେଢକୋଟି ଟଙ୍କା ଉଠାଣ କରିଛନ୍ତି l ଏହି ଟଙ୍କା ଉଠାଣ ପରେ ଉକ୍ତ କମ୍ପାନୀର ମ୍ଯାନେଜର ଓତାଙ୍କ କର୍ମଚାରୀ ଆସି ଦ୍ବିତୀକ୍ରୁଷ୍ଣ ଓ ନରୋତ୍ତମଙ୍କ ଘରୁ ସାପ୍ତାହିକ ଓ ମାସିକ କିସ୍ତି ନେଇଥଆନ୍ତି l ଏହି
ଘଟଣା ଜଣାପଡିବା ପରେ ମହିଳାମାନେ ମଙ୍ଗଳବାର ନାକ୍ଟିଦେଉଳ ଥାନାରେ ଲିଖିତ ଅଭିଯୋଗ କରଛନ୍ତି l