ବେଆଇନ ଇଟାଭାଟି ଉପରେ ଓଡାପଡା ରାଜସ୍ବ ବିଭାଗର ଚଢ଼ାଉ

0


ଓଡାପଡା 02.06.23(ସା. ଆ. ମେ ): ଗତକାଲି ଅପରାହ୍ନ ପ୍ରାୟ 4.30ମି ସମୟରେ ଓଡାପଡା ତହସିଲଦାର ବାଣି ନିବେଦିତା ସ୍ୱାଇଁ, ଅତିରିକ୍ତ ତହସିଲଦାର ସୁମନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ମଙ୍ଗଳପୁର ରାଜସ୍ବ କ୍ଷେତ୍ର କୁରୁଣ୍ଟି ଗ୍ରାମ ବ୍ରାହ୍ମଣୀ ନଦୀ କୂଳରୁ ବେଆଇନୀ ଭାବେ ପୋଡା ମାଟି ଇଟା ଭାଟି ରଦ କରିବା ସହ ଭାଟିର ପ୍ରାୟ ତିରିଶ ହଜାର ପୋଡ଼ଇଟା ଜେସିବି ମେସିନ ଯୋଗେ ଭଙ୍ଗା ଯିବା ସହ ପ୍ରାୟ ତିନିହଜାର ରୁ ଊର୍ଧ୍ୱ ଥାକ ମରା ଇଟା ନଷ୍ଟ କରାଯାଇଛି! ସୂଚନା ଅନୁଯାଇ OMMC ଅଧିନିୟମ ଅନୁଜାଇ ଚାରିଗୋଟି ବେଆଇନ ଭାବେ ମାଟି ଇଟା ଭାଟିରୁ ଦୁଇଲକ୍ଷ କୋଡିଏ ହଜାର ଟଙ୍କା ଜୋରିମନା ଆଦାୟ ସହ ବେଆଇନ ଇଟା ଭାଟିଗୁଡିକ ଚଢ଼ାଉ
ଜାରୀ ବଳବତ୍ତର ରହିବାର ସୂଚନା ରହିଥିବେଳେ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ସୁଅଛୁତି ଥିବା ସହ ମୋଟଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଇନୀ ଶୃଙ୍ଖଳା ରକ୍ଷା ପ୍ରତି ତୀକ୍ଷ୍ଣ ନଜର ରଖିଛି!


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?