୪୨ମୌଜାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
କଟକ : (ସାରଆକାଶ): କଟକ ସଦର ୪୨ ମୌଜା ଏରଞ୍ଚ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ପୌଢ ନିବାସ ଆନୁକୁଲ୍ୟରେ କଟକ ମଙ୍ଗଳାବାଗର ପ୍ରକାଶ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଚକ୍ଷୁ ବିଶେଷଜ୍ଞ ଡଃ. ଅଶୋକ କୁମାର ଉପାଧ୍ୟାୟ, ସହକାରୀ ଆଶୁତୋଷ ପଣ୍ଡା ଓ ସରସ୍ଵତୀ ନାୟକ ପ୍ରମୁଖ ଚକ୍ଷୁ ଚିକିତ୍ସା ଶିବିରରେ ଉପସ୍ଥିତ ଥିଲେ। ୧୨ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ୟକୀୟ ଔଷଧ ପ୍ରଦାନ କରାଯାଇଥିଲା। ୩ ଜଣଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ପ୍ରକାଶ ଚକ୍ଷୁ ଚିକିତ୍ସାଳୟ ନିଆଯାଇଥିଲା। କାର୍ଯ୍ୟକ୍ରମକୁ ପୌଢ ନିବାସର ମୁଖ୍ୟ ପରିଚାଳକ ଇ°. ମନମୋହନ ପତି, ଅନୁପମ ପତି, ଅଭୟ କୁମାର ସ୍ବାଇଁ ଓ ଆଶିଷ କୁମାର ପତି ପ୍ରମୁଖ ପରିଚାଳନା କରିଥିଲେ ।