ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଘାଟିତ
ଢେଙ୍କାନାଳ :24/11-23(ସା ଆ ମି )ଆଜି ପୂର୍ବାହ୍ନରେ ମହିଷାପାଟ ସ୍ଥିତ ପଲ୍ଲିଶ୍ରୀ ମେଳା ପଡିଆରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ ଯୋଗଦେଇ କୃଷି ସମ୍ବଦ୍ଧିୟ ଯୋଜନାମାନ ବିଷୟରେ କହିଥିଲେ l ଏହାସହ ଉନ୍ନତ ମାନର ମାଛଚାଷ ଓ ପଶୁପାଳନ କରିବାକୁ ପରାମର୍ଶ ଦେଇଥିଲେ l ଏହି ସଭାରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ଯୋଗଦେଇ କହିଥିଲେ ଯେ, ମାଛ ଚାଷ ସହିତ ସମନ୍ବିତ ଚାଷ ଉପରେ ଧ୍ୟାନ ଦେବା ଆବଶ୍ୟକ l
ସଭାର ସଭାପତିତ୍ୱ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ କରିଥିଲେ l ଏହି ଅବସରରେ ସେ କହିଥିଲେ ଯେ ଧାନ ଚାଷ ଅପେକ୍ଷା ମାଛ ଚାଷ ଓ ପଶୁପାଳନ ଅଧିକ ଲାଭ ଦାୟକ l ସଭାରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ଡମ୍ବରୁଧର ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ କହିଥିଲେ ଯେ, ଜିଲ୍ଲାରେ ମତ୍ସ୍ୟଚାଷ ଓ ପଶୁପାଳନ ସମ୍ପର୍କରେ କୌଣସି ପ୍ରକାରର ସୂଚନା ପ୍ରାପ୍ତି ନିମନ୍ତେ, ଚାଷୀ ଭାଇ ଭଉଣୀ ମାନେ 1962 କିମ୍ବା 155333 ନମ୍ବର ରେ ଦିନ 10 ରୁ ସନ୍ଧ୍ୟା 5 ମଧ୍ୟରେ ବୁଝି ପାରିବେ l ଏହି ଅବସରରେ ଅଗ୍ରଣୀ 4 ଜଣ କୃଷକଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ଏହି କାର୍ଯ୍ୟକ୍ରମ ଉଦ୍ୟେଶରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପ୍ରସାରଣ କରାଯାଇଥିଲା l ଏହି ମେଳା 2 ଦିନ ଧରି ନଭେମ୍ବର 24 ଓ 25 ତାରିଖ ରେ ଅନୁଷ୍ଠିତ ହେବା l ଚାଷୀମାନଙ୍କୁ ସଚେତନ କରାଇବା ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଷ୍ଟଲ ମାନ କରାଯାଇଛି l ଏହାସହ ଏଠାରେ କୃଷିବିଜ୍ଞାନୀମାନେ ଚାଷୀମାନଙ୍କୁ ମତ୍ସ୍ୟ ଚାଷ ଓ ପଶୁପାଳନ ସମ୍ପର୍କରେ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି, ଯାହାକି ଆଗାମୀ ଦିନରେ ଚାଷୀ ମାନଙ୍କୁ ଅଧିକ ଅଭିଜ୍ଞତା ସମ୍ପର୍ଣ୍ଣ କରିବ l
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ନିର୍ବାହୀ ତଥା ଉନ୍ନୟନ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଜିଲ୍ଲା ମତ୍ସ୍ୟ ଅଧିକାରୀ ସଂଗ୍ରାମ କେଶରୀ କର, ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଚାଷୀ ଭାଇଭଉଣୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ! ଢେଙ୍କାନାଳରୁ ଜଗନ୍ନାଥ ନାୟକ ସାରାଆକାଶ.