ପାନୀୟ ଜଳ ପ୍ରକଳ୍ପକୁ ବିରୋଧ
ଓଡାପଡା ତା 23.11.23(ସା ଆ ମି )ଆଜି ଓଡାପଡା ବ୍ଲକ ଅଞ୍ଚଳ କାଳୁସାହୁକାଟେଣୀ (ଗଉଡ଼କାଟେଣୀ )ନିକଟ ରେଙ୍ଗାଳି ରାଇଟ କେନାଲ ପାର୍ଶ୍ୱରେଥିବା ରାସ୍ତା ଉପରେ ମେଗାପନୀୟଜଳପ୍ରକଳ୍ପର ପାଇପକୁଠିକାସଂସ୍ଥା ଭୋଲଟାଜ ଦ୍ୱାରା ବିଛାଇ ବାକୁ ଉଦ୍ୟମ କରୁଥିବା
ବେଳେ ଗ୍ରାମବାସୀ ଙ୍କ ସମେତ ନୟା ଭୀଗିରଥିପୁର ଗ୍ରାମପଞ୍ଚାୟତର ସରପଞ୍ଚ ଯତିନାଏକ ଓ ପଞ୍ଚାୟତ ସଦସ୍ୟ ମାନେ ମିଳିତ ଭାବେ ବିରୋଧ କରିଥିଲେ!ପ୍ରକାଶ ଥାଉକି ସେହି କେନାଲ ହୁଡ଼ା ରାସ୍ତାରେ ପାଇପନିଆନଯାଇ ରାସ୍ତାଠାରୁ ଦୂରରେ ନେବାପାଇଁ ଗ୍ରାମବାସୀ ପୂର୍ବତନ ତହସିଲଦାରଙ୍କନିକଟରେ ଅଭିଯୋଗ କରିଥିବାର ସରପଞ୍ଚ ପ୍ରକାଶ କରିଛନ୍ତି ! ଅଭିଯୋଗ ଉପରେ କୌଣସି ନିଷ୍ପତ୍ତି ହୋଇନଥିବା ବେଳେ
ସମ୍ପୃକ୍ତ ଠିକାସଂସ୍ଥା ଅଚାନକ ପାଇପ ବିଛାଇବାର ମସୁଧା କରୁଥିବାବେଳେ ଗ୍ରାମବାସୀ ଘୋର ବିରୋଧ କରିଥିଲେ!ଖବରପାଇ SDO(RWSS)ଢେଙ୍କାନାଳ, SDPO ହିନ୍ଦୋଳ ପ୍ରମୁଖ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ! ପ୍ରଶାସନ ଓ ଗ୍ରାମବାସୀ ଙ୍କ ନିଷ୍ପତ୍ତି ନହେବାପର୍ଯ୍ୟନ୍ତ କାର୍ଯ୍ୟ ସ୍ଥଗିତ ନିମନ୍ତେ ପ୍ରଶାସନଉପସ୍ଥିତିରେ ନିଷ୍ପତ୍ତି କରାଯାଇଥିଲା! ଠିକାସଂସ୍ଥା ଏଭଳି ଜୋର ଜବରଦସ୍ତ ଭାବେ ଜନସ୍ୱାର୍ଥ ହାନୀ କରି ପ୍ରକଳ୍ପ କାର୍ଯ୍ୟ କରୁଥିବାରଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରଶାସନ ର ନୀରବତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି! ଦେଖାଯାଉ ଆଗକୁ ଗ୍ରାମବାସୀ କେତେ ନ୍ୟାୟ ପାଉଛନ୍ତି? ଓଡାପଡାରୁ ଜିତେନ୍ଦ୍ର କୁମାର ଧୀର ସାରାଆକାଶ.