ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ

0

ଢେଙ୍କାନାଳ, 08.11.(ସା ଆ ମି ): ଢେଙ୍କାନାଳ ଜିଲ୍ଲାରେ ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ଜିଲ୍ଲାର ୮ଟି ବ୍ଲକରେ ସମସ୍ତ 212ଟି ପଞ୍ଚାୟତରେ ୩ ହଜାର ୫୩ଟି ପ୍ରକଳ୍ପ ପାଇଁ ପ୍ରତି ପଞ୍ଚାୟତରେ 50 ଲକ୍ଷ ଲେଖାଏଁ ମୋଟ ୧୦୬ କୋଟି ଟଙ୍କାର ଅନୁଦାନ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି । ଗାଁର ବିକାଶ ଶସକ୍ତ ଓଡିଶାର ପ୍ରତିଛବି ।ଆୟୋଜିତ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଜିଲ୍ଲାର ସମସ୍ତ 212ଟି ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ୧୦୬ କୋଟି ଟଙ୍କା ମଞ୍ଜୁର କରାଯାଇଥିବାରୁ ସେ ବେଶ୍ ଖୁସି ବୋଲି କହିଥିଲେ । ଶାନ୍ତି, ମୈତ୍ରୀ, ଭାଇଚାରା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଆମ ଓଡିଶା ନବୀନ ଓଡ଼ିଶା ମାଧ୍ୟମରେ ସଂସ୍କୃତି ସୁରକ୍ଷା ଉପରେ ଜୋର ଦିଆଯାଇଛି । ସମସ୍ତଙ୍କ ଉନ୍ନତି, ସମସ୍ତଙ୍କ ବିକାଶ ଲକ୍ଷ ରହିଛି । ଗାଁରେ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ହେବ, ପ୍ରାଥମିକ ସ୍କୁଲ, ବ୍ୟାଙ୍କ ସେବା, ଖେଳ ପଡିଆ ମିଳିବ । ମଞ୍ଜୁର ହୋଇଥିବା ଅନୁଦାନ ସ୍ବଚ୍ଛତାର ସହ ଖର୍ଚ୍ଚ ହେବା ଉପରେ ଦୃଷ୍ଟି ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ । ଜିଲ୍ଲାକୁ ୧୦୬ କୋଟି ଟଙ୍କା ଅନୁଦାନ ଦେଇଥିବାରୁ ସମସ୍ତ ବିଧାୟକ ଓ ଜିଲ୍ଲାପାଳ ଜିଲ୍ଲାପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ 5ଟି ସଚିବ ଏବଂ ଆମ ଓଡିଶା ନବୀନ ଓଡିଶା ର ଅଧ୍ୟକ୍ଷ ଶ୍ରୀ ଭି. କେ ପାଣ୍ଡିଆନ ଙ୍କୁ କୃତଜ୍ଞତା ଜଣାଇଥିଲେ ।ଏଥିରେ ଜଗନ୍ନାଥ ସଂସ୍କୃତିର ଉନ୍ନତି ସହ ଖେଳପଡିଆ, ଭାଗବତଟୁଙ୍ଗୀ, ପ୍ରାଥମିକ ବିଦ୍ୟାଳୟର ଉନ୍ନତି କରାଯିବ । ଏହି କାର୍ଯ୍ୟକ୍ରମରେ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସଦର ବିଧାୟକ ଶ୍ରୀ ସରୋଜ କୁମାର ସାମଲ , ପରଜଙ୍ଗ ବିଧାୟକ ଶ୍ରୀ ନୃସିଂହ ଚରଣ ସାହୁ, ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ, ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ, ଢେଙ୍କାନାଳ ଉପଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦ, ଢେଙ୍କାନାଳ ସଦର ବ୍ଲକ ର ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀମତୀ ଆୟୁଷି ମହାପାତ୍ର ସମେତ ସମସ୍ତ ଅଧିକାରୀ ଓ ଜିଲ୍ଲାର ନିର୍ବାଚିତ ପ୍ରତିନିଧି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ସମସ୍ତ ବ୍ଲକର ଅନୁଷ୍ଠିତ ହୋଇଛି । ଭୁବନ ସରକାରୀ ଉଚ୍ଚ ବିଦ୍ୟାଳୟ ମିନିଷ୍ଟାଡିୟମ, ଗଁଦିଆ ମିନିଷ୍ଟାଡିୟମ, ହିନ୍ଦୋଳ ଖଜୁରୀକଟା ପଡିଆ, କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ, କଙ୍କଡାହାଡ ରାମେଶ୍ୱର ହାଇସ୍କୁଲ ପଡିଆ, ଗୁଡିଆକାଟେଣି ଦଶଦେବି ପଡିଆ,ପରଜଙ୍ଗ ମିନିଷ୍ଟାଡିୟମରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଢେଙ୍କାନାଳରୁ
ଜଗନ୍ନାଥ ନାୟକ ସାରାଆକାଶ.


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?