ଗୋଷ୍ଠୀ ଜଙ୍ଗଲ ଅଧିକାର ସମ୍ପର୍କିତ କର୍ମଶାଳା
ହିନ୍ଦୋଳ:06.11(ସା ଆ ମି )ହିନ୍ଦୋଳ ତହସିଲ ଅଞ୍ଚଳ ଗୁଳେହି ଗ୍ରାମପଞ୍ଚାୟତ ସଭା ଗୃହଠାରେ ଜଙ୍ଗଲ ଅଧିକାର ଆଇନୀ ଉପରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା! କର୍ମଶାଳାରେ ଜଙ୍ଗଲ ଅଧିକାର, ଗୋଷ୍ଠୀଗତ ଓ ବ୍ୟକ୍ତିଗତ ଅଧିକାର, ଅଧିକାର ସାବ୍ୟସ୍ତ ବିଦ୍ଧି, ଗ୍ରାମଗୋଷ୍ଠୀ ଗଠନ ପ୍ରଣାଳୀ, ଆବେଦନ ପଦ୍ଧତି, ଗ୍ରାମ ଗୋଷ୍ଠୀର ଦାୟିତ୍ୱ, ଗ୍ରାମପଞ୍ଚାୟତର ଭୂମିକା ଓ ବିଭାଗୀୟ ଅଧିକାରୀ ମାନଙ୍କ ସହଭାଗିତା ସହ ଜଙ୍ଗଲ ଜୈବବିଭିଦତା ସୁରକ୍ଷା ବିଭାଗ FESର ଆୟୋଜକତାରେ କର୍ମଶାଳା ସମ୍ପାଦିତ ହୋଇଥିଲା! ଗୁଳେହି ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତା ରିତାଞ୍ଜଳୀ ସାହୁ, ସମିତି ସଭ୍ୟା ଶ୍ରୀମତୀ ପ୍ରଭାତୀ ବିଶ୍ୱାଳ ସମାଜ ସେଵୀ ଟଙ୍କଧର ସାହୁ, ଯଶୋବନ୍ତ ରଣଜିତ ରାୟ, GRS ସଂଗୀତା ସାମଲ,ସାତଗୋଟି ଗ୍ରାମ ଯଥା:-
ଗୁଳେହି, କଲଣ୍ଡା, ବଙ୍ଗୁ, କଡଲା, ଗାଲପଡା, କୋଠାଳୁ ଓ ନିମବହାଳି ଆଦି ଗ୍ରାମଗୁଡିକର ସଭାପତି, ପଞ୍ଚାୟତ ସଭ୍ୟ, ଯୁବଗୋଷ୍ଠୀ ଓ FES ଅନୁଷ୍ଠାନ ର ବ୍ଲକ ମୋବଲାଇଜର ସଦର, ଗନ୍ଦିଆଶ୍ରୀ ମାନସ ରଞ୍ଜନ ଜେନା, ଓଡାପଡା/ହିନ୍ଦୋଳ ବ୍ଲକ ମୋବଲାଇଜର ଶ୍ରୀ ଜଗନ୍ନାଥ ନାୟକ ଓ କ୍ୟାଡର ପ୍ରବୀଣ କୁମାର ସାହୁ, ସରସ୍ବତୀ ବେହେରା, ବର୍ଷା ଦାସ ପ୍ରମୁଖ ଯୋଗଦେଇଥିଲେ! ଉଭୟ ବ୍ଲକମୋବ ଲାଇଜର କର୍ମଶାଳାରେ ଉପସ୍ଥିତ ସମ୍ବଳ ବ୍ୟକ୍ତିଙ୍କ ସହ ଉତ୍ତମ ଢଙ୍ଗରେ ପାରସ୍ପରିକ ଚର୍ଚ୍ଚା ଆଲୋଚନା ମାଧ୍ୟମରେ ଜଙ୍ଗଲ ଅଧିକାର ଆଇନୀ ଉପରେ ସଚେତନ କରିଥିଲେ! ଫଳସ୍ୱରୂପ ଉପସ୍ଥିତ ସମ୍ବଳବ୍ୟକ୍ତି ମାନେ ନିଜର ଗ୍ରାମସ୍ଥରରେ ସଚେତନ କରିବାସହ ଗୋଷ୍ଠୀ ଅଧିକାର ସାବ୍ୟସ୍ତର ନିଷ୍ପତି ନେଇଥିଲେ! ଗ୍ରାମପଞ୍ଚାୟତ ସ୍ଥରରେ ସରପଞ୍ଚ ସମସ୍ତ ଦାଇତ୍ୱ ନିର୍ବାହ ପାଇଁ ଘୋଷଣା କରିଵାସହ ଉପସ୍ଥିତ ସମ୍ବଳ ବ୍ୟକ୍ତିଓ FES ଅନୁଷ୍ଠାନ ପରିବାରକୁ ଧନ୍ୟବାଦ ଦେଇଥିଲେ