ଟାଟାଷ୍ଟିଲ ଫାଉଣ୍ଡେସନର ପାରିପାର୍ଶ୍ଵିକ ବିକାଶ କାର୍ଯ୍ୟକ୍ରମ
କଣ୍ଟାବଣିଆ ତା 01.11.23(ସା ଆ ମି )ଟାଟାଷ୍ଟିଲ ମେରାମଣ୍ଡଳୀ ର ପାରିପାର୍ଶ୍ଵିକ ବିକାଶମଧ୍ୟରେ କଂକ୍ରିଟ ରାସ୍ତା ନିର୍ମାଣ କରି ଗ୍ରାମର ସଂଯୋଗୀକରଣ, ଡ୍ରେନ ନିର୍ମାଣସାଙ୍ଗକୁ ଆଲୋକୀକରଣ ପ୍ରକଳ୍ପ ଲୋକାର୍ପଣ!ସୂଚନା ଅନୁଯାଇ ନୂଆଗାଁ, କୁସୁପଙ୍ଗାଓ ନୂଆହତା ଗ୍ରାମପଞ୍ଚାୟତଗୁଡିକରେ 13.75କିମି ସିମେଣ୍ଟ କଂକ୍ରିଟ ରାସ୍ତା ସହ 03.16କି. ମି ଡ୍ରେନ ନିର୍ମାଣ କରାଯାଇଛି!ଜାତୀୟ ରାଜପଥ 55ଠାରୁ ସରପା ପର୍ଯ୍ୟନ୍ତ 5.25କିମି କଂକ୍ରିଟ ରାସ୍ତା ଓ 655ମିଟର ଡ୍ରେନ, ସରପାରୁ ଶିବପୁର ପର୍ଯ୍ୟନ୍ତ 6କିମି ରାସ୍ତା ଓ 925ମିଟର ଡ୍ରେନ, କୁରୁଣ୍ଟି ଗ୍ରାମରେ 1.5କିମି ରାସ୍ତା ଓ 593ମିଟର ଡ୍ରେନ, ଇଟାପ ଅସନବଣୀରେ 997ମିଟର ରାସ୍ତା ସହ 1180ମିଟର ଡ୍ରେନ ନିର୍ମାଣ କରାଯାଇଛି!ଓଡାପଡା, ହିନ୍ଦୋଳ ଓ ବନରପାଳବ୍ଲକର କୁରୁଣ୍ଟି, ଅସନବଣୀ, ଇଟାପ, ଶିବପୁର, ନୂଆଗାଁ, ସରପା, ରଘୁନାଥପୁର, ତାଳବାହାଳ, ଗଣ୍ଠିଗାଡ଼ିଆ ପ୍ରଭୃତି ନଅଗୋଟି ଗ୍ରାମର ପନ୍ଦର ହଜାରରୁ ଊର୍ଧ୍ଵ ଲୋକ ଉପକୃତ ହେବାର ଆକଳନ କରାଯାଇଛି!ରାସ୍ତା ଘାଟର ଉନ୍ନତି ସହ ବିଭିନ୍ନ ପାରିପାର୍ଶ୍ଵିକ ଗ୍ରାମଗୁଡିକରେ ତିରିଶିଗୋଟି ଷ୍ଟ୍ରିଟଲାଇଟ ସ୍ଥାପନ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ବତିଶ ଟି ଷ୍ଟ୍ରିଟ ଲାଇଟ ସ୍ଥାପନ ସମେତ ଚାରିଶାହ ସୋଲାର ଲାଇଟ ଲଗାଯାଇ ଆଲୋକୀ କରଣକୁ ମଧ୍ୟ ଟି.ଏସ. ଏଫ ଗୁରୁତ୍ୱ ଦେଇଥିବାର ଜଣାପଡିଛି