ଚର୍ଚ୍ଚାରେ ହୁଲିପୁର ବାଲି ଘାଟ
କିଶୋରନଗର ତହସିଲ ଅଧିନସ୍ଥ ହୁଲିପୁର ବାଲିଘାଟରୁ ଡ଼ଙ୍ଗୀ ସାହାଯ୍ୟରେ ବାଲି ଉଠୁଥିଲା କିନ୍ତୁ ଯାହା ଆର ଟି ଆଇ ରୁ ମିଳିଥିବା ତଥ୍ୟ ଅନୁସାରେ ପ୍ରଶାସନର ବିନା ଅନୁମତିରେ ବାଲି ଉଠୁଛି ବୋଲି । ପ୍ରଶାସନ ର ଏ କି ପ୍ରକାର ନିୟମ ତାହା ଜଣାପଡୁନାହିଁ |ହୁଲିପୁର ବାଲି ଘାଟରେ ଡ଼ଙ୍ଗୀ ଦ୍ୱାରା ବାଲି ଉଠାଯାଉଛି ବୋଲି ବାରମ୍ବାର ଖବର କାଗଜ ରେ ପ୍ରକାଶପାଇବା ସତ୍ୱେ ପ୍ରଶାସନ କିପରି ଜାଣି ପାରିଲାନାହିଁ ବୋଲି ପ୍ରଶ୍ନ ଉଠୁଛି? ଦିନ ରାତି ଏବେବି ବାଲି ଉଠା ଯାଉଛି ଯାହା ଦ୍ୱାରା ନଦୀ ବନ୍ଧ ର ଥାନା ଗଡା, ଡାକ ବଙ୍ଗଳା ଗଡାର ଅବସ୍ଥା ଶୋଚନୀୟ | ସ୍ଥାନୀୟ ପ୍ରଶାସନ ସରକାରୀ ରାଜସ୍ୱ ବଢ଼ାଇବା ସହିତ ଆଞ୍ଚଳିକ ସମସ୍ୟା କୁ ସମାଧାନ କରିବା ମଧ୍ୟ ପ୍ରାଥମିକତା ହେବା ଆବଶ୍ୟକ | ଦଶହରା ଦୁର୍ଗା ମେଢ଼ ବିସର୍ଜନ ପାଇଁ ଉଭୟ ଗଡାକୁ ପ୍ରଶାସନ ତୁରନ୍ତ ସଜାଡ଼ନ୍ତୁ ବୋଲି ସବୁ ପୂଜା କମିଟିଙ୍କର ଦାବି |