ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଓ ଓଡିଶା ମିଲେଟ ପ୍ରତିଯୋଗିତା 2023 ଅନୁଷ୍ଠିତ

0

ଢେଙ୍କାନାଳ :17/10/23(ସା ଆ ମି )ଆଜି ଢେଙ୍କାନାଳ ସଦର ମହକୁମାସ୍ଥିତ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଓ ଓଡିଶା ମିଲେଟ ପ୍ରତିଯୋଗିତା 2023 ଅନୁଷ୍ଠିତ ହେଇଯାଇଛି l ଏହାର ଉଦଘାଟନୀ ସମାରୋହରେ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ସମଗ୍ର ଶିକ୍ଷା ଶ୍ରୀ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ଲୁକ୍କାୟିତ ପ୍ରତିଭା ପ୍ରକାଶିତ ହେଇପାରିବ l ତେଣୁ ସେମାନଙ୍କର ସାମଗ୍ରିକ ବିକାଶ ଆମର ଦାୟିତ୍ୱ l ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର ଯୋଗଦେଇ କହିଥିଲେ ଯେ, ପରିଶ୍ରମ ହିଁ ସଫଳତା ର ଚାବିକାଠି ଓ ବର୍ତମାନ ର ସମୟ ହିଁ ସବୁଠୁ ମୂଲ୍ୟବାନ ସମୟଅଟେ l ଉଦଘାଟନୀ ସମାରୋହରରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ବିନୀତା ସେନାପତି ଅଧ୍ୟକ୍ଷତା କରିଥିଲେ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ସାହୁ, କୃଷି ବିଭାଗର ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ଶ୍ରୀ ମାର୍କଣ୍ଡ ପ୍ରଧାନ ଓ ବ୍ରଜନାଥ ବଡ଼ଜେନା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବ୍ରହ୍ମତ୍ରୀ ବିଶ୍ୱାଳ ଉପସ୍ଥିତ ଥିଲେ l ଏହି ପ୍ରତିଯୋଗିତା ପ୍ରଥମେ କ୍ଲଷ୍ଟର ସ୍ତରରେ ଏବଂ ବ୍ଲକ ସ୍ତରରେ ହେଇଥିଲା ଓ ଏଥିରୁ ବଛାଯାଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ନେଇ ଆଜି ଜିଲ୍ଲା ସ୍ତରରେ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା l ବିତର୍କ, ପ୍ରବନ୍ଧ ଲିଖନ, କୁଇଜ଼, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ବକୃତା, ସଂଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ମଧ୍ୟାହ୍ନ ଭୋଜନ ଇତ୍ୟାଦିରେ ଅତି ବରିଷ୍ଠ, ବରିଷ୍ଠ ଓ କନିଷ୍ଠ ବର୍ଗରେ ପ୍ରତିଯୋଗୀ ମାନେ ଭାଗ ନେଇଥିଲେ l ଚଳିତ ବର୍ଷ ମିଲେଟ ବିଷୟରେ ମଧ୍ୟ ସ୍ୱତନ୍ତ୍ର ଭାବେ କୁଇଜ଼, ବକୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା l ପିଲାମାନଙ୍କୁ ଆକର୍ଷିତ କରିବାପାଇଁ 4ଟି ଷ୍ଟଲ ଯଥା ମିଲେଟ ଷ୍ଟଲ, କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟର ଅନ୍ତୋବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ କୁ ନେଇ ଏକ ଷ୍ଟଲ, ଶିକ୍ଷଣ ସାମଗ୍ରୀ ଷ୍ଟଲ ଏବଂ ମୌଳିକ ସାକ୍ଷରତା ଓ ସଂଜ୍ଞାଜ୍ଞାନ ଷ୍ଟଲ ପ୍ରଦର୍ଶିତ ହେଇଥିଲା l ଅପରାହ୍ନ ରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହେଇଥିଲା l ଏଥିରେ ମାନ୍ୟବର ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ, l ଜିଲ୍ଲାପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜ ରେ ଶିକ୍ଷକ ମାନଙ୍କ ଭୂମିକା ବିଷୟରେ କହିଥିଲେ l ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ lଜିଲ୍ଲାସ୍ତରରେ ସୁରଭି ଓ ଓଡିଶା ମିଲେଟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବାପ୍ରତିଯୋଗୀମାନେ ଆସନ୍ତା ନଭେମ୍ବର 14 ରୁ 16 ପର୍ଯ୍ୟନ୍ତ ୟୁନିଟ9 ବାଳକ ଉଚ୍ଚବିଦ୍ୟାଳୟ, ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ସୁରଭି ଏବଂ ଓଡିଶା ମିଲେଟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ଅଂଶଗ୍ରହଣ କରିବେ lଏହି କାର୍ଯ୍ୟକ୍ରମରେ ସମଗ୍ର ଶିକ୍ଷା କାର୍ଯ୍ୟାଳୟରସମସ୍ତକର୍ମଚାରୀ, ସମସ୍ତ ବ୍ଲକ ର ବ୍ଲକ ଶିକ୍ଷା ଅଧିକାରୀ ଓ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲାର ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଯୋଗଦେଇଥିଲେ ଢେଙ୍କାନାଳରୁ ଜଗନ୍ନାଥ ନାୟକ ସାରାଆକାଶ


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?