ଶିକ୍ଷକ ବଦଳୀ ପ୍ରତିବାଦରେ ସ୍କୁଲ ଫାଟକରେ ତାଲା
ସମ୍ବଲପୁର-ସା.ଆ.ମି ତା-୧୮/୧୦ ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ
ଅର୍ନ୍ତଗତ ଶମିଳିପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ପ୍ରଥମରୁ ଅଷ୍ଟମ ଶ୍ରଣୀ ପର୍ଯନ୍ତ ୧୭୬ ଜଣ ଛାତ୍ର ଛାତ୍ରୀ 8 ଶିକ୍ଷକ ପଢାଉଥିଲେ ଅଗଷ୍ଟ ମାସରେ ଜଣେ ଶିକ୍ଷକଙ୍କ ଅନ୍ଯତ୍ରବଦଳୀ ହୋଇ ଥିବାବେଳେ ହଠାତ ଗତକାଲି ଅନ୍ଯ ଜଣେ ଶିକ୍ଷୟିତ୍ରୀ ଙ୍କୁ ଅନ୍ଯତ୍ର ଡେପୁଟେସନରେ ବଦଳୀ କରାଯାଇ ଥିବାରୁ ଏହାର ପ୍ରତିବାଦ କରି ଆଜି ଗ୍ରାମବାସୀ ସ୍କୁଲଗେଟରେ ତାଲା ତାଲା ମାରିଛନ୍ତି ଫଳରେ ଛାତ୍ରଛାତ୍ରୀମାନେ ଆଜିପରୀକ୍ଷା ଦେବାରୁ ବଞ୍ଚିତ ହୋଇବାହାରେ ବସି ରହିଥିବା ସାଙ୍ଗକୁ ଶିକ୍ଷକ ମାନେ ମଧ୍ଯ ବାହାରେ ଅପେକ୍ଷା କରିଥିବା ଦେଖିବାକୁମିଳିଛି
ଏ ସଂର୍ପକରେ ନାକ୍ଟିଦେଉଳ ବ୍ଲକ ଶିକ୍ଷାଅଧିକାରୀ ବିଜୟ କୁମାର ପାତ୍ରଙ୍କ ପ୍ରତିକ୍ରିଆ ନେବାରୁ ସରକାରଙ୍କ ନିୟମଅନୁସାରେ ଅଧିକ ଶିକ୍ଷକ ଅଛନ୍ତି ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଇଥିଲେ ମଧ୍ଯ ଗ୍ରାମବାସୀ ବୁଝିନଥିଲେ ବୋଲି କହିଥିଲେ