୧୦୩ ଛାତ୍ରଛାତ୍ରୀଙ୍କୁ ତିନିଜଣ ଶିକ୍ଷକ
ସମ୍ବଲପୁର-(ସା.ଆ.ମି ) ତା-୧୦/୧୦ ଗୁଣାତ୍ମକ ଶିକ୍ଷାଦାନ ଉପରେ
ସରକାର ଗୁରୁତ୍ବ ଦେଉଥିବା କଥା କହୁଥିବା ଏବଂସମସ୍ତେ ପଢନ୍ତୁ
ସମସ୍ତେବଢନ୍ତୁ ଡେଙ୍ଗୁରା ପିଟୁଥିବା ବେଳେ ଦିନକୁଦିନ
ଶିକ୍ଷାବ୍ଯବସ୍ଥା ନିମ୍ନଗାମୀ ହେବାକୁ ବସିଲାଣୀ ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ ଅର୍ନ୍ତଗତମାଛୁଡିହ ସରକାରୀ ଉଚ୍ଚପ୍ରାଥମିକ ବିଦ୍ଯାଳୟ ରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ଯନ୍ତ ୧୦୩ଜଣ ଛାତ୍ରଛାତ୍ରୀଅଧ୍ୟୟନ କରୁଛନ୍ତି ମାତ୍ରକପୂର୍ବରୁ ୫ ଜଣ ଶିକ୍ଷକ ଥିବାବେଳେ ଜଣକୁ ଡେପୁଟେସନରେ ଓ ବିଜ୍ଞାନ ଶିକ୍ଷକଙ୍କୁ ଅନ୍ଯତ୍ର ବଦଳୀ କରା
ଯାଇଥିବାରୁ ୩ଜଣ ଶିକ୍ଷକ ୮ଟି ଶ୍ରେଣୀକୁ ସଠିକ ଭାବରେ ଶିକ୍ଷା ଦାନଦେବାରେ ନାହି ନଥିବା ସମସ୍ଯାର ସମ୍ମୁଖୀନ ହେବାକୁ ପଡୁଛି
ଆଗକୁ ପରୀକ୍ଷା ହେବାକୁ ଥିବାବେଳେ ସ୍କୁଲରେ ଆବଶ୍ଯକ ସଂଖ୍ଯା ଶିକ୍ଷକ ନଥିବାରୁ ଛାତ୍ର ଛାତ୍ରୀମାନେ ସଠିକଭାବରେ ଶିକ୍ଷାଦାନ ପାଇବାରୁ ବଞ୍ଚିତ ହେଉଛନ୍ତି ଏ ସଂର୍ପକରେ ମାଛୁଡିହ ଗ୍ରାମବାସି ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲପାଳଙ୍କ ଠାରେ ଅଭିଯୋଗ କରିଥିବା ଜଣାପଡିଛି ସମ୍ବଲପୁରରୁ ରବିନ୍ଦ୍ର ନାଥ ପ୍ରଧାନ