ନିର୍ବାଚନ ପରିଚାଳନା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ
ଢେଙ୍କାନାଳ :14.09.23(ସା ଆ ମି )ଆଜି ପୂର୍ବାହ୍ନରେ ସଦଭାବନା ଗୃହ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠିଙ୍କ ଅଧ୍ୟକ୍ଷତାରେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତିଓ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକରେ କଟକ ମହାନଗର ନିଗମର ଡେପୁଟି କମିଶନର ତଥା ରାଜ୍ୟ ନିର୍ବାଚନ ପ୍ରଶିକ୍ଷିକା ସୁଶ୍ରୀ ସଂଜୀବିତା ରାୟ ଯୋଗଦେଇ ଉପସ୍ଥିତ ଜିଲ୍ଲା, ଉପଖଣ୍ଡ ଓ ଗୋଷ୍ଠୀ ସ୍ଥରୀୟ ଅଧିକାରୀ ମାନଙ୍କୁ ନିର୍ବାଚନ ତାଲିକାରେ ନୂତନ ମହିଳା ଭୋଟରଙ୍କ ପଞ୍ଜିକରଣ, ଦିବ୍ୟାଙ୍ଗ ଓ ଅସୁସ୍ଥ ବ୍ୟକ୍ତିଙ୍କ ମତଦାନରେ ସାମିଲ, ଓ ମାତ୍ରାଧିକ ମତଦାନ ଉପରେ ଗୁରୁତ୍ୱ ଇଭିଏମର ସୁପରିଚାଳନା ଉପରେ ପ୍ରଶିକ୍ଷଣ ଦେଇଥିଲେ! ଜିଲ୍ଲାର 1020 ମତଦାନ କେନ୍ଦ୍ରରେ ସମସ୍ତ ପ୍ରକାରର ବ୍ୟବସ୍ଥା, ସ୍ଥାନୀୟ ତହସିଲଦାର ଓ ପୋଲିସ ଅଧିକାରୀ ଙ୍କୁନେଇ ଟିମ ଗଠନ ଓ ମତଦାନ କେନ୍ଦ୍ର ଗୁଡିକରେ ଆନୁସଙ୍ଗିକ ଆବଶ୍ୟକତାର ବନ୍ଦୋବସ୍ତ ନିମନ୍ତେ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ରଖିଥିଲେ! ବୈଠକରେ ଜିଲ୍ଲାଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର, ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ଜ୍ୟୋତିଷଙ୍କର ସାହୁ, ସମସ୍ତ ଉପଜିଲ୍ଲାପାଳ, ବଡିଓ, ତହସିଲଦାର ଅନ୍ୟାନ୍ୟ ସରକାରୀ ଅଧିକାରୀ ଉପସ୍ଥିତଥିଲେ! ବୈଠକ ଶେଷରେ ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ! ଢେଙ୍କାନାଳରୁ ଜଗନ୍ନାଥ ନାୟକ ସାରାଆକାଶ.