ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ

0

ଢେଙ୍କାନାଳ ତା 15.09.23(ସା ଆ ମି )ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା! ସୂଚନା ମୁତାବକ ସଡ଼କ ଦୁର୍ଘଟଣାରେ ଶହେ ତିରିଶରୁ ଊର୍ଧ୍ୱ ବ୍ୟକ୍ତିପ୍ରାଣ ହରାଇଛନ୍ତି! ଏଥିନେଇ ଜିଲ୍ଲାପାଳ ଉଦବେଗ ପ୍ରକାଶ କରିଛନ୍ତି! ଟ୍ରାଫିକ ନିୟମ ମାନିବା, ବାଇକ ଚଳାଇବା ବେଳେ ହେଲମେଟ ବ୍ୟବହାର, ନିଶାଶକ୍ତ ଅବସ୍ଥାରେ ଗାଡି ଚାଳନା ଠାରୁ ଦୁରେଇ ରହିବାକୁ ଜିଲ୍ଳାବାସୀଙ୍କୁ ପରାମର୍ଶ ଦେଇଛନ୍ତି
ଗତବର୍ଷ ବିଭିନ୍ନ ବିଶୃଙ୍ଖଳା ନିମନ୍ତେ 2344 ଓ ଚଳିତବର୍ଷ ଅଗଷ୍ଟ ସୁଦ୍ଧା
ଗାଡିଚାଳଙ୍କ ଲାଇସେନ୍ସ ବାତିଲ କରାଯାଇଛି! ସେହିଭଳି ଗତବର୍ଷ
461ଟି ସଡ଼କଦୁର୍ଘଟଣା ଘଟି 205 ପ୍ରାଣ ହାନୀ ଘଟିଥିବା ବେଳେ ଚଳିତ ବର୍ଷ ଅଗଷ୍ଟମାସ ସୁଦ୍ଧା 269ଟି ସଡ଼କ ଦୁର୍ଘଟଣା ଘଟି 125ଟି ପ୍ରାଣହାନୀ ଘଟିଥିବାର ଜିଲ୍ଲା ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର ପ୍ରକାଶ କରିଛନ୍ତି! ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତି ଓ କର୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି! ବୈଠକରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ଥିବାବେଳେ ପୂର୍ତ୍ତ ବିଭାଗ ଅଧିକ୍ଷଣଯନ୍ତ୍ରୀ ବସନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ! ଢେଙ୍କାନାଳରୁ ଜଗନ୍ନାଥ ନାୟକ ସାରାଆକାଶ.


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?