ଟାଟାଷ୍ଟିଲ ଫାଉଣ୍ଡେସନର ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା
ଢେଙ୍କାନାଳ : 14.09.23(ସା ଆ ମି )ଟାଟାଷ୍ଟିଲ ଫାଉଣ୍ଡେସନର 2023କାର୍ପୋରେଟ ସାମାଜିକ ବୋଧଅଧୀନରେ ପାରିପାର୍ଶ୍ଵିକ ଅଞ୍ଚଳକୁ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ଭେକ୍ଟର ବାହିତ ରୋଗ ନିରାକରଣ ନିମନ୍ତେ ଶତାଧିକ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ର ଯୋଜନା ରହିଛି !ସୂଚନା ଅନୁଯାଇ ତା 11.09.23 ପାରିପାର୍ଶ୍ଵିକ ଗ୍ରାମ ନୂଆଗାଁର ପ୍ରମୁଖ ନେତୃତ୍ୱ ଧର୍ମେନ୍ଦ୍ର ସେନାପତି, ଗ୍ରାମର ପରିଚାଳନା ମଣ୍ଡଳୀ, ଟାଟାଷ୍ଟିଲ ଫାଉଣ୍ଡେସନ ର ସ୍ୱାସ୍ଥ୍ୟସେବା ମୁଖ୍ୟ ଆଶିଷ ମହାପାତ୍ର
ଜନସେବା ପ୍ରବନ୍ଧକ ଗାୟତ୍ରୀ ନାୟକ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ!ସଚେତନତାଅଭିଯାନ, ସୁସ୍ଥପରିବେଶ ସୃଷ୍ଟି,, ସୁସ୍ଥସୁରକ୍ଷିତ ପରିବେଶ ସୃଷ୍ଟି,ନିମନ୍ତେ ପ୍ରଚାରପତ୍ର ବଣ୍ଟନ, ସଂକ୍ରମଣ ନିରୋଧ ନିମନ୍ତେ ଜଣସଚେତନ, ଜନସ୍ୱାସ୍ଥ୍ୟ ଜରିଆରେ ପରୀକ୍ଷଣ ସହ ବିଶୋଧକ ସିଞ୍ଚନର ଆୟୋଜନ କରାଯାଇ ଅଞ୍ଚଳକୁ ଡେଙ୍ଗୁ ଓ ମ୍ୟାଲେରିଆ ମୁକ୍ତ ଦିଗରେ ଟାଟାଷ୍ଟିଲ ଫାଉଣ୍ଡେସନ ର ପ୍ରୟାସକୁ ଅଞ୍ଚଳ ବାସୀ ଓ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି! ଢେଙ୍କାନାଳରୁ
ଜଗନ୍ନାଥ ନାୟକ ସାରାଆକାଶ.