ଢେଙ୍କାନାଳ ଜିଲ୍ଲା ରେ ତୃତୀୟ ରାଷ୍ଟ୍ରୀୟ ଲୋକଦାଲତ
ଢେଙ୍କାନାଳ:10.09.23(ସା ଆ ମି )ଗତକାଲି ତା 09.09.23ରିଖ ଢେଙ୍କାନାଳ ଜିଲ୍ଲାଦୌରାଜଜ ତଥା ଜିଲ୍ଲା ଆଇନୀସେବାପ୍ରାଧିକରଣ ଅଧ୍ୟକ୍ଷ୍ୟ ଶ୍ରୀଯୁକ୍ତ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ତତ୍ୱାବଧାନରେ ଜିଲ୍ଲା ସିଭିଲ କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଥିଲା!ସୂଚନା ଅନୁଯାଇ ଜିଲ୍ଲାର ସମସ୍ତ ଅଦାଲତରେ ମୋଟ 3544ଟି ମାମଲା ଫଏସଲା କରାଯାଇଛି!ସେଥିମଧ୍ୟରେ ଦୁର୍ଘଟଣା ଜନିତ 43, ବିବାହ ଓ ପାରିବାରିକ 12ଟି , ଦେୱାନୀ 138, ଫୌଜଦାରି 389ଟି , ରାଜସ୍ବ 3010ଟି ସହ ବ୍ୟାଙ୍କ ସମ୍ବନ୍ଧୀୟ ମାମଲା ଗୁଡିକୁ ଅଦାଲତରେ ଫଏସଲା କରାଯାଇଟ55,02,876
ଫାଇନଆଦାୟକରାଯାଇଥିବାବେଳେ ମୋଟର ଦୁର୍ଘଟଣା ଜନିତ ପ୍ରାପ୍ୟ ବାବଦକୁଟ 2,20,85,000ନିର୍ଦେଶ ରଖାଯାଇଛି!ଅଦାଲତରେ ପାରିବାରିକ ବିଚାରପତି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟ ଦ୍ବିବେଦୀ, ଅତିରିକ୍ତ ଜିଲ୍ଲାଜଜ ଡ଼ଃ ଜୀବନଜ୍ୟୋତି ରଥ, ବରିଷ୍ଠ ମହିଳା ବିଚାରପତି ସୁନିତା ରାଉତ, ଦେୱାନୀ ବିଚାରପତି ଶତରୁପା ରଥ, ଉପଖଣ୍ଡ ଅଦାଲତ ର ବିଚାରପତି ମାନେ ମାମଲା ଗୁଡିକର ଫଏସଲା କରିଥିଲେ!ଅଦାଲତର ବିଚାରରେ ସରକାରୀ ଆଇନୀଜୀବୀ ଶ୍ରୀଯୁକ୍ତ ପତିତପାବନ ମହାପାତ୍ର, ସୁବାସିନୀ ମହାଖୁଡ଼ସ୍ଥାୟୀ ଅଦାଲତ (ନିରନ୍ତର ), ଜିଲ୍ଲା ଆଇନୀସେବା ପ୍ରାଧିକରଣ ଅଦାଲତକୁ ପରିଚାଳନା କରିଥିବାବେଳେ କର୍ମଚାରୀମାନେ ସହଯୋଗ କରିଥିଲେ! ଢେଙ୍କାନାଳରୁ ଜଗନ୍ନାଥ ନାୟକ ସାରାଆକାଶ