ମାଳତୀ ତ୍ରିପାଠୀ ନର୍ସିଂ ଅଫିସର ଙ୍କ ନାମରେ ସଙ୍ଗିନୀ ଅଭିଯୋଗ
କିଶନନଗର 09.09(ସା.ଆ.ମି) କଟକ ବଡ଼ ମେଡିକାଲରେ କାର୍ଯ୍ୟରତ ନର୍ସିଂ ଅଫିସର ମାଳତୀ ତ୍ରିପାଠୀ ଙ୍କ ନାମରେ ସଙ୍ଗିନୀ ଅଭିଯୋଗେ ଚାକିରୀ ରେଗୁଲାର ପାଇଁ ମିଥ୍ୟା ଅଭିଜ୍ଞତାର ପ୍ରମାଣ ଦେଇଛନ୍ତି | ସେ ରହୁଥିବା ସରକାରୀ ବାସଭବନ ମଧ୍ୟ ମିଥ୍ୟା କାରଣ ଦର୍ଶାଇ ହାତେଇକି ରହୁଛନ୍ତି | ସେ ତାଙ୍କ ଡ଼ିଉଟି ଠିକ ଭାବରେ କରନ୍ତି ନାହିଁ |ତାଙ୍କୁ ତାଙ୍କ ମନ ପସନ୍ଦର ଡ଼ିଉଟି ଦିଆଯାଇ ଥାଏ କାରଣ ନର୍ସିଂ ସୁପରିଡେଣ୍ଟଙ୍କର ଗୁମର ସେ ସେବୁ ଜାଣିଛନ୍ତି ଆଉ ସେ ନିଜେ ମଧ୍ୟ ସମାନ ଭାଗିଦାରୀ |ଆହୁରି ଗୁରୁତର ଅଭିଯୋଗ ତାଙ୍କ ନାମରେ ତାଙ୍କୁ ନୂତନ ଟ୍ରମା ଏକ୍ସଟେନସନ ୱାର୍ଡ ଇନଚାର୍ଜ କରା ଯାଇଛି, ତା ସହିତ ଦୁଇ ଜଣ ନର୍ସିଂ ଅଫିସର ତାଙ୍କୁ ସହାୟତା କରିବା ପାଇଁ ଯୋଗାଇ ଦିଆ ଯାଇଛି | କିନ୍ତୁ ବିଡମ୍ବନାର ବିଷୟ ମେଡିସିନ ୱାର୍ଡ, ଡେଙ୍ଗୁ ୱାର୍ଡ ରେ ଜଣେ ଲେଖାଏଁ ନର୍ସିଂ ଅଫିସର କାର୍ଯ୍ୟ କରୁଛନ୍ତି କିନ୍ତୁ ମାଳତୀ ତ୍ରିପାଠୀ କୁ ଏତେ ଅନୁକମ୍ପା ର କାରଣ କଣ ବୋଲି ସହ କର୍ମୀ ଜାଣି ବା ପାଇଁ ବ୍ୟାଗ୍ର?ତାଙ୍କ ନାମରେ ଅଭିଯୋଗର ଫର୍ଦ ବହୁତ ଲମ୍ବା କୋଭିଡ ସମୟରେ ରିକୁର୍ଟମେଣ୍ଟ ରେ ନିଜେ ମାଳତୀ ତ୍ରିପାଠୀ କିଛି ପିଲାଙ୍କ ଠାରୁ ଟଙ୍କା ନେଇଛନ୍ତି ଚାକିରୀ କରେଇ ଦେବେ ବୋଲି କହି |ତାଙ୍କ ନାମରେ ଆସି ଥିବା ଅଭିଯୋଗର ନିରପେକ୍ଷ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମେଡିକାଲ କତୃପକ୍ଷ ଙ୍କୁ ନିବେଦନ |