ବ୍ରାହ୍ମଣୀ ପବ୍ଲିକ ସ୍କୁଲରେ ହିନ୍ଦୀ ସପ୍ତାହ ସମାରୋହ ଓ ସେମିନାର୍

0

କଣ୍ଟାବଣିଆ:୧୧-୯ (ସା ଆ ମି ) ଆଜି ସ୍ଥାନୀୟ ଖଡ଼ଗପ୍ରସାଦ ସ୍ଥିତ ବ୍ରାହ୍ମଣୀ ପବ୍ଲିକ ସ୍କୁଲରେ ହିନ୍ଦୀ ସପ୍ତାହ ସମାରୋହ ଓ ସେମିନାର୍ ଉଦ୍ଘାଟିତ ହୋଇଯାଇଛି।ବିଦ୍ୟାଳୟର ଚେୟାରମ୍ୟାନ୍ ଶ୍ରୀଯୁକ୍ତ
ଗଙ୍ଗାଧର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଥା ଅଧ୍ୟକ୍ଷ ଡକ୍ଟର ନୀହାର ରଞ୍ଜନ ସିଂହଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସମାବେଶରେ ମୁଖ୍ୟ ଅତିଥି ଡକ୍ଟର ଅବଦୁଲ ଉସ୍ ମାନ୍ ଖାନ୍ ଙ୍କ ଦ୍ଵାରା ଦୀପ ପ୍ରଜ୍ଜ୍ୱଳନ ପୂର୍ବକ’ବ୍ରାହ୍ମଣୀ ରାଜଭାଷା ସ°ଗୋଷ୍ଠୀ ପ୍ରଜ୍ଞାନ’ ହିନ୍ଦୀ ସପ୍ତାହ ସମାରୋହ ପ୍ରାରମ୍ଭ କରାଯାଇଥିଲା। ଡକ୍ଟର ଖାନ୍ ନିଜର ବକ୍ତବ୍ୟରେ କହିଥିଲେ ,ହିନ୍ଦୀ ଭାଷା ସାମ୍ବିଧାନିକ ରାଷ୍ଟ୍ରଭାଷା ନହେଲେ ମଧ୍ୟ ଭାରତର ପ୍ରତ୍ୟେକ ବ୍ୟକ୍ତି ଏହାକୁ ରାଷ୍ଟ୍ରଭାଷା ରୂପେ ମାନ୍ୟତା ଦେଇସାରିଛନ୍ତି। ଆହୁରି ମଧ୍ୟ ହିନ୍ଦୀ ଭାଷା ଆଜି ସାରା ବିଶ୍ବରେ ତିନି ନମ୍ବର ଭାଷା ରୂପେ ପରିଗଣିତ ହେଉଛି। ଏ ଭାଷା ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାରର ରାସ୍ତା
ଦେଖାଉଅଛି। ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଶ୍ରୀଯୁକ୍ତ ବିଜୟ କୁମାର ଧଳ ମହୋଦୟ କାର୍ଯ୍ୟକ୍ରମରେ ଦେଶକୁ ଏକ ସୁତ୍ରରେ ବାନ୍ଧି ରଖିବାର ଶକ୍ତି କେବଳ ହିନ୍ଦୀ ରେ ଅଛି ବୋଲି ମତପ୍ରକାଶ କରିଥିଲେ। ସମ୍ମାନୀତ ଅତିଥି ଅଧ୍ୟାପିକା ଶ୍ରୀମତୀସୁଧା°ଶୁବାଳା ସାହୁ ମହୋଦୟା ହିନ୍ଦୀ ଭାଷାର ମହତ୍ତ୍ଵବିଷୟରେ ଆଲୋକପାତ କରିଥିଲେ। କଳିଙ୍ଗ ଡି.ଏ.ଭି ତାଳଚେରର ଅଧ୍ୟାପକ ଶ୍ରୀଯୁକ୍ତ କ୍ରୀଷ୍ଣ କହ୍ନେୟା ଆଚାର୍ଯ୍ୟ ‘ବ୍ରାହ୍ମଣୀ ରାଜଭାଷା ସ°ଗୋଷ୍ଠୀ ସମାରୋହ ପ୍ରଜ୍ଞାନ’ ର ଭୁରି ଭୁରି ପ୍ରଶ°ସା କରିଥିଲେ ଏବଂ ଆସନ୍ତା ବର୍ଷ ଏ ସମାରୋହ ରାଜ୍ୟସ୍ତରୀୟ କରାଯିବାର ପ୍ରସ୍ତାବ ରଖିଥିଲେ। ଉକ୍ତ ସମାରୋହରେ ଅନୁଷ୍ଠିତ ହୋଇଥିବାହିନ୍ଦୀ ସେମିନାର୍ ରେ କଳିଙ୍ଗ ଡି.ଏ.ଭି,ଡି ପି ଏସ୍ ନାଲକୋ, ଜଗନ୍ନାଥ ଡି ଏ ଭି ତାଳଚେର, ଥର୍ମାଲ ଡି ଏ ଭି,ଜି ଏମ୍ ଆର୍ ଡି ଏ ଭି, ସରକାରୀ ଉଚ୍ଚ ବିଦ୍ୟାଳୟ ମଙ୍ଗଳପୁର,କୁରୁଣ୍ଟି ଉଚ୍ଚ ବିଦ୍ୟାଳୟ ଓ ଖଡ଼ଗପ୍ରସାଦ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଭାଗନେଇ ପୁରସ୍କୃତ ହୋଇଥିଲେ।ଉପରୋକ୍ତ ବିଦ୍ୟାଳୟ ଗୁଡ଼ିକର ପ୍ରବୀଣ ହିନ୍ଦୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ କୃପାଶଙ୍କର ମିଶ୍ର,ଅଧ୍ୟାପିକା ଶ୍ରୀମତୀ ଆରତୀ ଗୁପ୍ତା, ଶ୍ରୀଯୁକ୍ତ ରମେଶ ଚନ୍ଦ୍ରଲେଙ୍କା, ଶ୍ରୀଯୁକ୍ତ ଧୀରେନ୍ କୁମାର ପାଣିଗ୍ରାହୀ , ଶ୍ରୀଯୁକ୍ତ ପୀତବାସ ଦାସ, ଶ୍ରୀଯୁକ୍ତ ପୁଷ୍ପରାଜ ମଲିକ୍, ଶ୍ରୀମତୀସାବିତ୍ରୀ ବେହୁରାଶ୍ରୀମତୀ ସ୍ନେହଲତା ବିଶୋଇ, ସ୍ବର୍ଣ୍ଣ ମୟୀ ରାଉତ, ମୀନତି ବେହେରା ଆଦି ଯୋଗଦାନ କରି ସମାରୋହକୁ ସାଫଲ୍ୟମଣ୍ଡିତ କରିଥିଲେ । କଣ୍ଟାବଣିଆରୁ ହିମାଂଶୁ ଶେଖର ସ୍ୱାଇଁ ସାରାଆକାଶ.


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?