ନାହିଁ ନାହିଁ ରେ ଚାଲିଛି ବିରାଶାଳ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର,ଚିକିତ୍ସାପାଇଁ ରୋଗୀ ହନ୍ତସନ୍ତ
ଢେଙ୍କାନାଳ ତା04.09.23(ସା ଆ ମି )ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ବିରାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗ୍ରାମାଞ୍ଚଳ ଲୋକଙ୍କ ର ସାହାଭରସା ଆଖପାଖ ପ୍ରାୟ ଦଶରୁ ଊର୍ଧ୍ୱ ଗ୍ରାମପଞ୍ଚାୟତ ଲୋକେଏହି ସ୍ୱାସ୍ଥ୍ୟକେନ୍ଦ୍ରଉପରେ ନିର୍ଭର କରିଥାନ୍ତି ଆବଶ୍ୟକ ଚିକିତ୍ସକଓ କର୍ମଚାରୀ ଅଭାବରେ ରୋଗୀମାନେ ଦୀର୍ଘ ସମୟ ଅପେକ୍ଷାକରିବାକୁ ପଡୁଅଛି ସମୟକ୍ରମେ ଡାକ୍ତର ଙ୍କୁ ମଧ୍ୟ୍ୟ ଅପେକ୍ଷା କରି ରୋଗୀମାନଙ୍କ ଅବସ୍ଥା ମଧ୍ୟ ଗୁରୁତର ହୋଇପଡୁଛି ଏଥିସଂକ୍ରାନ୍ତରେ ଅଞ୍ଚଳ ବାସୀ ଉଚ୍ଚପଦସ୍ତ ସ୍ୱାସ୍ଥ୍ୟ ଅଧିକାରୀଓ ଜିଲ୍ଲା ପ୍ରଶାସନକୁବାରମ୍ବାର ଅବଗତ କରାଇ ଅସୁଥିଲେ ମଧ୍ୟ ଫଳଶୁନ! ଲମ୍ବା ଧାଡିରେଗର୍ଭବତୀମାଆ, ଛୋଟଶିଶୁ, ବୃଦ୍ଧବୃଦ୍ଧାମାନେ ଚିକିତ୍ସା ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଥିବା ବେଳେ ଜରୁରୀକାଳୀନ ସେବା କଥା କହିଲେ ନସରେ!ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ପରିମିତ ସ୍ଥାୟୀ ଡାକ୍ତର ଓ କର୍ମଚାରୀ ନିଯୁକ୍ତି ନିମନ୍ତେ ଅଞ୍ଚଳବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି! ଢେଙ୍କାନାଳରୁ ଜଗନ୍ନାଥ ନାୟକ ସାରାଆକାଶ.