ବିନା ବିଜୁଳି ସଂଯୋଗରେ ଚାଲିଛି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ

0

ଢେଙ୍କାନାଳ ତା 03.09.23(ସା.ଆ.ମି ) ଓଡିଶା ସରକାର ଗ୍ରାମାଞ୍ଚଳରେ ରାଜସ୍ବ ସେବା ଯୋଗାଇ ଦେବାପାଇଁ ନିରୀକ୍ଷକ କାର୍ଯ୍ୟାଳୟ ସ୍ଥାପନ କରିଥିବାବେଳେ ଓଡାପଡା ତହସିଲ ଅଞ୍ଚଳର ବଳରାମପ୍ରସାଦଠାରେ ମଧ୍ୟ ରାଜସ୍ବ ନିରୀକ୍ଷକକାର୍ଯ୍ୟାଳୟ ନିର୍ମାଣ କରାଯାଇ ଗତ ତା19.06.23ରିଖ ଦିନ ଜିଲ୍ଲାପ୍ରଶାସନ ଦ୍ୱାରା ଉଦଘାଟିତ ହୋଇଥିଲା !ସୂଚନା ଅନୁଯାଇ ବଳରାମପ୍ରସାଦ, ବଦାଳୋଓ ନିମିଧା ଗ୍ରାମପଞ୍ଚାୟତ ଗୁଡିକର ତେରଗୋଟି ଗ୍ରାମର ପନ୍ଦର ହଜାରରୁ ଉର୍ଧ୍ଵଲୋକଏହି କାର୍ଯ୍ୟାଳୟ ଦ୍ୱାରା ରାଜସ୍ବ ସେବା ପାଇବା ପାଇଁ ନିର୍ଭର କରିଥାନ୍ତି! କାର୍ଯ୍ୟାଳୟରେ ବିଦ୍ୟୁତ ସଂଯୋଗ ନଥିବାରୁ ସମସ୍ତ ପ୍ରକାରର ରାଜସ୍ବ ସେବା ପାଇବାରୁ ଜନ ସାଧାରଣ, ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି
ସମସ୍ୟା ସମ୍ପର୍କରେ ରାଜସ୍ବ ବିଭାଗ ଅଧିକାରୀଙ୍କୁ ପଚାରିବାରେ ରାଜସ୍ବ
ବିଭାଗ ଦ୍ୱାରା ଟାଟାପାୱାର ଓଡିଶା ବିଦ୍ୟୁତ ବଣ୍ଟନ ଲିମିଟେଡ଼ରେ ଆବଶ୍ୟକ କାଗଜପତ୍ର ସହ ଉଦ୍ଧିଷ୍ଟ ଫିସ ମଧ୍ୟ ଦାଖଲ କରିଛନ୍ତି !ଓ ଓଡାପଡା ତହସିଲ କାର୍ଯ୍ୟାଳୟ ପରିପତ୍ର ସଂଖ୍ୟା -3905 Dtd11.08.23 ଅନୁଯାଇ ଯନ୍ତ୍ରୀ TPCOLD ଓଡାପଡା ସବସେକ୍ସନଙ୍କୁ ମଧ୍ୟ୍ୟ ବଳରାମପ୍ରସାଦରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ବିଦ୍ୟୁତ ସଂଯୋଗ ନିମନ୍ତେ ନିର୍ଦେଶ ଦିଆଯାଇଛି! ବିଦ୍ୟୁତ ଯୋଗାଣର ବିଳମ୍ବତା ନେଇ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ରାଜସ୍ବ ଅଧିକାରୀ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ୍ୟଫଳଶୂନ! ଯେଉଁଠି ରାଜସ୍ବ ଯୋଗାଇ ସରକାରଙ୍କ ରାଜକୋଷକୁ ଅର୍ଥ ଯୋଗାଉଥିବା ସରକାରଙ୍କ ଦପ୍ତରକୁ ବିଜୁଳି ଯୋଗାଣ ପାଇଁ ଟାଟା ପାୱାରର ଅଣଦେଖାକରୁଛି ସେଠାରେ ସାଧାରଣ ଲୋକଟିଏ ବିଦ୍ୟୁତ ସେବା ପାଉଥିବ ସାଧାରଣରେ ବଡ଼ ପ୍ରଶ୍ନ ଉଠିଛି ଘଟଣାଟି ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି! ଦେଖାଯାଉ ବଳରାମପ୍ରସାଦ ରାଜସ୍ବ
ନିରୀକ୍ଷକ କାର୍ଯ୍ୟାଳୟରେ ଟାଟାପାୱାର କେବେ ବିଜୁଳି ସଂଯୋଗ କରୁଛି? ଢେଙ୍କାନାଳରୁ ଜଗନ୍ନାଥ ନାୟକ ସାରାଆକାଶ


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?