ଦକ୍ଷ ସଂଗଠକ ସୁଧାଂଶୁ ଶେଖର ପାତ୍ର

0

କିଶନନଗର: 04.9 (ସା.ଆ.ମି) ନର ସେବା ହିଁ ନାରାୟଣଙ୍କ ସେବା । ଏହି ମହତ ଚିନ୍ତା ଚେତନାରେ ଅନୁପ୍ରାଣୀତ ଅନେକ ସେବକ ମାନଂକ ମଧ୍ୟରେ ବହୁମୁଖି ପ୍ରତିଭା ଯୁବ ସମାଜସେବୀ ସୁଧାଂଶୁ ଶେଖର ପାତ୍ର ଅନ୍ୟତମ । ୧୯୮୯ ମସିହା ପିତା ସ୍ବର୍ଗତ ସୁରେନ୍ଦ୍ର ନାଥ ପାତ୍ର,ମାତା ସ୍ୱର୍ଗତା ବୀଣାପାଣି ପାତ୍ରଙ୍କ ସୁପୁତ୍ର କଟକ ଜିଲ୍ଲା ଚାଉଳିଆଗଞ୍ଜ ଠାରେ ଜନ୍ମ ଗ୍ରହଣ କରିଛନ୍ତି। ସେ ନିଜର ତ୍ୟାଗ ଆଦର୍ଶ ପାଇଁ ସମାଜ ପାଖରେ ଆଲୋକ ବର୍ତିକା ବା ଯୁଗସୂର୍ଯ୍ୟ ପାଲଟିଛନ୍ତି ସୁଧାଂଶୁ । ଜେକେବିକେ କଲେଜ କଟକରୁ ଗ୍ରାଜୁଏସନ୍ ପାଠ୍ୟକ୍ରମ ଶେଷକରି ଅଧୁନା ଜଣେ ସଫଳ ବ୍ୟବସାୟୀ ଭାବେ ଖୁବ୍ ପ୍ରତିଷ୍ଠା ଲାଭ କରିଛନ୍ତି । ତାଙ୍କ ଜୀବର ଲକ୍ଷ୍ୟ ବା ଉଦ୍ଦେଶ୍ୟ ହେଉଛି ସେବା । ସେବାପ୍ରାଣ ସୁଧାଂଶୁ ଏଯାବତ୍ ୩୮ ଥର ରକ୍ତଦାନ କରିବା ସହ ବୃକ୍ଷରୋପଣ,ଜନ ଜାଗରଣ ଆଦି ମହତ୍ କାର୍ଯ୍ୟ କରିଚାଲିଛନ୍ତି ଏହା ଯେତେ ବର୍ଣ୍ଣନା କଲେ ମଧ୍ୟ କମ୍ ହେବ । ଯୁବ ସମାଜକୁ ଆହ୍ବାନ ପୂର୍ବକ ସେବା ମନୋଭାବ ନେଇ ସେ “ସ୍ୱପ୍ନ ଫାଉଣ୍ଡେସନ୍” ନାମକ ଏକ ସାମାଜିକ ସଂଗଠନ ପ୍ରତିଷ୍ଠା କରିଛନ୍ତି । ସଂଗଠନର କାର୍ଯ୍ଯକର୍ତ୍ତା ଅଭାବୀ,ଅନଗ୍ରସର ଶ୍ରେଣୀର ବିଦ୍ୟାର୍ଥୀ ମାନଙ୍କୁ ମାଗଣାରେ ଶିକ୍ଷାଦାନ କରାଇବା ସହ ପାଠ୍ୟ ଉପକରଣ ଯୋଗାଇବା,ପରିବେଶ ସୁରକ୍ଷା,ଗଣ ବିବାହ,ରକ୍ତଦାନ ଶିବିର ଆୟୋଜନ,ଚିକିତ୍ସାଳୟ ସଫେଇ, ରୋଗୀ ସେବା,ଅସହାୟ ବୃଦ୍ଧବୃଦ୍ଧା ବା ଶାରୀରିକ ଅନଗ୍ରସର ଲୋକଙ୍କ ରାସନ୍ ସାମଗ୍ରୀ ସେମାନଙ୍କ ଘରେ ପହଞ୍ଚାଇବା,ମୁଖ୍ୟତଃ ସାଧାରଣ ଜନତାଙ୍କ ସମସ୍ୟାକୁ ଟୁଇଟ୍ ଜରିଆରେ ସରକାରଙ୍କୁ ଜଣାଇବା,ନିଶୁଳ୍କ ବସ୍ତ୍ର ବଣ୍ଟନ,ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜରୁରୀ କାଳୀନ ସହାୟତା ପ୍ରଦାନ ଆଦି ଅନେକ ସେବାକାର୍ଯ୍ୟ କରିଚାଲିଛନ୍ତି । ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀଙ୍କ ନିମନ୍ତେ ଆରମ୍ଭ ହୋଇଛି ମିଶନ ଦ୍ରିଷ୍ଟି କାର୍ଯ୍ଯକ୍ରମ ଯେଉଁଥିରେ ଦୃଷ୍ଟି ବାଧିତ ପିଲାଙ୍କ ନିମନ୍ତେ ଲେଖକ ଯୋଗାଇ ଦିଆ ଯାଉଛି । କଟକ ବଡ଼ ମେଡ଼ିକାଲ,ଆଚାର୍ଯ୍ୟ ହରିହର କର୍କଟ ଅନୁଷ୍ଠାନ ଓ ଶିଶୁ ଭବନ ଆଦିରେ ଅନ୍ନଦାନ ମହତ ଦାନ ଅଭିଯାନରେ ଦେୟମୁକ୍ତ ଭୋଜନ ସେବାର ବ୍ୟବସ୍ଥା କରିଛନ୍ତି ।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?