ଓଡ଼ାପଡ଼ା ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ଓଡ଼ାପଡ଼ା,୫ା୮(ସା.ଆ.ମି.): ଢେଙ୍କାନାଳ ଜିଲା ଓଡ଼ାପଡ଼ା ପ୍ରାଥମିକ ଶିକ୍ଷକ ସଂଘର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
କେନ୍ଦ୍ର ସରକାର ହୁଅନ୍ତୁ ବା ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ବ ବିନିମୟରେ ନାନା ଯୋଜନା ଗଢୁଥିବା ବେଳେ ଫଳ ଶୂନ। ଦେଶ ସ୍ବାଧୀନତାର ୭୫ବର୍ଷ ବିତି ଯାଇଥଲେ ମଧ୍ୟ ରାଜ୍ୟ ସରକାର ଶିକ୍ଷା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଅଣଦେଖା କରିଛନ୍ତି। ରାଜ୍ୟରେ ସୁ-ଶାସନ ବ୍ୟବସ୍ଥା ପାଇଁ ୫-ଟି ମୋ ସରକାର ଆଦି ଆଳରେ ଶିକ୍ଷକଶିକ୍ଷୟତ୍ରୀମାନଙ୍କୁ ନ୍ୟାଯ୍ୟ ଦାବିରୁ ବଞ୍ଚିତ କରାଯାଉଛି। ଏଥିପାଇଁ ଓଡ଼ାପଡ଼ା ନିଖିଳ ଉତ୍କଳ ଶିକ୍ଷକ ଫେଡେରେଶନ ୩ଟି ମୁଖ୍ୟ ସମସ୍ୟା ଯଥା ଠିକାନିଯୁକ୍ତି ଉଛେଦ, କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା,
ସମସ୍ତ ବର୍ଗର ଶିକ୍ଷକ ଇନ୍କ୍ରିମେଣ୍ଟ ପ୍ରଦାନ ସହ ଏକ୍ସକ୍ୟାଡର ଶିକ୍ଷକମାନଙ୍କୁ ମାନ୍ୟତା ପ୍ରଦାନ, ସମସ୍ତ ବର୍ଗର ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାର ୯ ଗ୍ରେଡ୍ ପେ’ ୪୨୦୦ ଅନୁଯାୟୀ ପ୍ରଦାନ,
ନୂତନ ପେନ୍ସନ୍ ପ୍ରଥା ଉଚ୍ଛେଦ କରି ପୁରାତନ ପେନ୍ସନ୍ ପ୍ରଥା ପୁନଃ ପ୍ରଚଳନ ଆଦି ଦାବି ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ମାନନୀୟା ସଚିବ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କୁ ଓଡ଼ାପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଫୁଲ କୁମାର କଲ୍ଲୋଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୩୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ସଭାପତି ବିଭୂତି ଭୂଷଣ ଦାସ, ଜୟନ୍ତୀଲତା ନାୟକ, ବିରଞ୍ଚି ନାରାୟଣ ଦାସ, ପ୍ରେମାନନ୍ଦ ଲେଙ୍କା, ପ୍ରକାଶ କୁମାର କରଣ ପ୍ରମୁଖ ନେତୃତ୍ୱ ଗ୍ରହଣ କରିଥିଲେ।
ଦେଖାଯାଉ ଶିକ୍ଷକମାନଙ୍କୁ ସରକାର କେତେ ନ୍ୟାୟ ପ୍ରଦାନ କରୁଛନ୍ତି।