ସମାଜସେବାରେ ବ୍ରତୀ ଦମନ ମହାନ୍ତି
କଟକ : ସେ ଜଣେ ପରିବେଶବିତ୍, ମହାନତାର ପ୍ରତୀକ, ଅଧ୍ୟାତ୍ମିକ ମଣିଷ, ଯୁବ ସମାଜସେବୀ ଦମନ ମହାନ୍ତି । ଶ୍ରୀଧର ମହାନ୍ତି, ଜ୍ୟୋସ୍ନାରାଣୀ ମହାନ୍ତିଙ୍କ କୋଳ ମଣ୍ଡନ କରି ୧୯୯୨ ମସିହାରେ ଗ୍ରାମ ଆଳିଜଙ୍ଗା, ପୋଷ୍ଟ କପାଳେଶ୍ୱର ଜିଲ୍ଲା କେନ୍ଦ୍ରାପଡ଼ାରେ ଜନ୍ମ ଗ୍ରହଣ କରିଛନ୍ତି । ବୃତ୍ତିରେ ସେ ଜଣେ ସଫଳ ବ୍ୟବସାୟୀ ଆଉ ପ୍ରବୃତ୍ତି ସେବକ । ସେ କୁହନ୍ତି ଏହି ସେବାକାର୍ଯ୍ଯରେ ଯେଉଁ ଶାନ୍ତି ମିଳେ ଅର୍ଥ ବ୍ୟାଙ୍କରେ ରଖିଲେ ମିଳେନା । ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ନାମରେ ଏକ ସାମାଜିକ ସଙ୍ଗଠନ ୨୦୧୭ ରୁ ଆରମ୍ଭ କରି “ସେବା ହିଁ ଜୀବନର ଲକ୍ଷ୍ୟ” ଏହି ବାର୍ତ୍ତା ରେ କର୍ମ କରି ଚାଲିଛନ୍ତି । ତାଙ୍କ ସଙ୍ଗଠନର ମୂଳ ଲକ୍ଷ୍ୟ ସଠିକ ତଦନ୍ତ କରିବା ସହ ସ୍ଥାୟୀ ସମାଧାନ କରିବା ଏବଂ ଜୀବନରେ କିଛି ନୂଆ କରିବା । “ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ” ପକ୍ଷରୁ ଆୟୋଜିତ ଶରୀର ଦାନ କାର୍ଯକ୍ରମରେ ଏକ ଛାତ ତଳେ ଗୋଟିଏ ଦିନରେ ୧୦୧ ଜଣ ଶରୀର ଦାନ କରିବା ସାରା ଭାରତରେ ଅଙ୍ଗଦାନ ଅଭିଯାନରେ ରେକର୍ଡ ସୃଷ୍ଟି କରିଛି । ଗ୍ରାମାଞ୍ଚଳ ପ୍ରତିଭାଙ୍କ ବିକାଶ,ମେଧା ବିଦ୍ୟାର୍ଥୀଙ୍କୁ ପ୍ରତିଭା ସମ୍ମାନ,ସାହିତ୍ୟ ସଂସ୍କୃତିର ଉନ୍ନତି, ପଶୁ ପକ୍ଷୀ ମାନଂକୁ ଖାଦ୍ୟ ପ୍ରଦାନ, ପରିବେଶ ସୁରକ୍ଷା,ପୂଜ୍ୟପୂଜା ଆଦି ବହୁ ସେବାକାର୍ଯ୍ୟର ସେ ସଫଳ ସାଧକ । ଏଥିସହ ଅସହାୟ ଲୋକଙ୍କୁ ସେବା ପ୍ରଦାନ,ବାଳାଶ୍ରମ ମାନକୁ ଖାଦ୍ୟ ସାମଗ୍ରୀ ଓ ପାଠ୍ୟ ପୁସ୍ତକ ପ୍ରଦାନ,କରୋନା ମହାମାରୀ ସମୟରେ ସେବା,ରକ୍ତଦାନ ଶିବିର ଆୟୋଜନ,ଧାର୍ମିକ ଓ ସଂସ୍କୃତିକ ଅନୁଷ୍ଠାନ ମାନଙ୍କୁ ସହଯୋଗ ଆଦି କାର୍ଯ୍ୟକରି ସମଗ୍ର ଜିଲ୍ଲାରେ ଉଚ୍ଚ ପ୍ରଶଂସିତ ଆଉ ବିଭିନ୍ନ ସାମାଜିକ ସଂଗଠନ ଦ୍ବରା ସମ୍ମାନିତ ।