ସମାଜସେବାରେ ସ୍ୱାଧାର : ମନୋବିଜ୍ଞାନୀ ସପନ କୁମାର ଜେନା

0

କଟକ : ସେବା, ତ୍ୟାଗର ଅପୂର୍ବ ମିଳନ ଯାହାଙ୍କର ମନ, ପ୍ରାଣ ସମାଜ ବିକାଶ ପାଇଁ ଉଦ୍ଧିଷ୍ଟ, ସେ ଆଉ କେହି ନୁହନ୍ତି, ସେ ଯୁବ ସମାଜସେବୀ, ବିଜ୍ଞ ମାର୍ଗଦର୍ଶକ ସପନ କୁମାର ଜେନା । ସେବା ନିମଗ୍ନ ଏହି ପ୍ରତିଭା ଜଣକ ଅଧୁନା ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ(ଆଇସିଏମଆର ଅନୁବନ୍ଧିତ) କଟକରେ କାର୍ଯ୍ୟରତ । ସେ ଶିଶୁ କର୍କଟ ଉପରେ ଅଧିକ ଗବେଷଣା କରିବା ସହ ସେମାନଙ୍କ ସେବାରେ ବ୍ରତୀ । ବାପିନ୍ଦ୍ର ଜେନା ଓ ପର୍ବତୀ ଜେନାଙ୍କ ଅମୀୟ ଅଙ୍କ ମଣ୍ଡନ କରି ୧୯୯୨ ମସିହାର ପେଟଛିଲ ଗ୍ରାମ, ମହାକାଳପଡା ବ୍ଲକ, କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମ ଗ୍ରହଣ କରିଛନ୍ତି । ସେ ଜୀବନରେ ସେବା, ସହଯୋଗ ମନୋଭାବ ଆଉ ଚାଇଲ୍ଡ କ୍ୟାନ୍ସର ପରାମର୍ଶଦାତା ଏବଂ ମେଡ଼ିକାଲ ସୋସିଆଲ ୱାର୍କର ଭାବେ କାର୍ଯ୍ୟ କରିବାର ମହତ୍ ଆଶା ପୋଷଣ କରିଛନ୍ତି । କର୍କଟ ବା କ୍ୟାନସର୍ ସଚେତନତାର ବାର୍ତ୍ତା ବାଣ୍ଟି ଆଜି ଦେଶରେ କର୍କଟ ରୋଗର ନିବାରଣ ଅପେକ୍ଷା ନିରାକରଣର ବାସ୍ତବ ସ୍ଵର ବହନ କରି ଭେଷଜ ବିଜ୍ଞାନ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରଛନ୍ତି ଏଥିସହ ଶିଶୁ କର୍କଟ ଉପରେ ଉପଯୁକ୍ତ ପରାମର୍ଶଦାତା ଭାବେ ସର୍ବ ଜନ ପ୍ରସଂଶତି ବ୍ୟକ୍ତିତ୍ଵ । ସେ କ୍ୟାନସର ଦୂରୀକରଣ ଉପରେ ମଧ୍ୟ ଗବେଷଣା, ଅଧିକ ତଥ୍ୟ ସଂଗ୍ରହ ଉପରେ ଅହରହ ଚେଷ୍ଟିତ ଆଉ ସଫଳ ମଧ୍ୟ । ତାଙ୍କର ମହାନ୍ ଆଦର୍ଶ ଆଉ ସାଧନର ଅପୂର୍ବ ସଫଳତାର ସୀକୃତି ସ୍ୱରୂପ ବହୁ ସଂଗଠନ ପକ୍ଷରୁ ବିଭିନ୍ନ ମଞ୍ଚରେ ସେ ସମ୍ବର୍ଧିତ ଆଉ ଲାଭ କରିଚନ୍ତି ଅଜସ୍ର ପ୍ରଶଂସା । ସେ ସ୍ବାସ୍ଥ୍ୟସେବା,ବୃକ୍ଷ ରୋପଣ, ସାମାଜିକ ସଂସ୍କାର, ରକ୍ତଦାନ, ଶିକ୍ଷା ଆଦି ବିଭିନ୍ନ ଦିଗରେ ଜନତାଙ୍କୁ ସଚେତନ କରାନ୍ତି ।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?