୩୪ ଥର ରକ୍ତଦାନ ସହ ୧୩ ଥର ଏସଡିପି ଦାନକରି ଚର୍ଚ୍ଚାରେ ଯୁବ ସମାଜସେବୀ ଇଂ.ବିପ୍ର ରଞ୍ଜନ
କଟକ : ଯୁବ ସମାଜସେବୀ ଇଂ.ବିପ୍ର ରଂଜନ ନାୟକ ସମାଜସେବାର ଅନନ୍ୟ ସ୍ଵର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପଞ୍ଚୁଟିକ୍ରୀ ଗ୍ରାମରେ ୧୯୯୪ ରେ ତାଙ୍କ ଜନ୍ମ । କିଟ୍ ପଲିଟେକନିକ ଭୁବନେଶ୍ବର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଶିକ୍ଷା ଲାଭ ପରେ ଉଚ୍ଚ ପଦବୀରେ ନ ରହି ସମାଜସେବାରେ ସମର୍ପିତ । ସେବାକାର୍ଯ୍ୟ, ପରିବେଶ ସୁରକ୍ଷା, ରକ୍ତଦାନ ଶିବିର ଆୟୋଜନ, ଖାଦ୍ୟ ବଣ୍ଟନରେ ସାଧନାରତ । ରକ୍ତଦାନ ଶିବିର ଉପରେ ଆଲୋଚନା ଚକ୍ର,ଜରୁରୀ କାଳୀନ ପରିସ୍ଥିତିରେ ସାଧାରଣ ଜନତାଙ୍କୁ ସହଯୋଗ ପ୍ରଦାନ ନେଇ ସେ ଚେଷ୍ଟିତ । ନିଜ ଜନ୍ମ ଦିନରେ ଏବଂ ବନ୍ଧୁମାନଙ୍କ ଜନ୍ମଦିନରେ ରକ୍ତଦାନ ଶିବିରର ଆୟୋଜନ, ନିୟମିତ ରକ୍ତଦାନ କରନ୍ତି l ବିଭିନ୍ନ ମେଡିକାଲ ବୁଲି ଅସହାୟ ଲୋକଙ୍କୁ ସହଯୋଗ କରନ୍ତି । ସାମାଜିକ ସଂଗଠନ ନେସନାଲ ୟୁଥ୍ ଆସସିଏସନ୍ (ଏନୱାଇଏ) ଓଡ଼ିଶାର ସେ ପ୍ରତିଷ୍ଠାତା l ମୋବାଇଲ ଗ୍ରୁପ ଗଠନ କରି ଏବେ ୩୦ ଟି ଜିଲ୍ଲାରେ ୩୦ ଟି ଶାଖା କାର୍ଯ୍ୟକରୁଛି ଏଥି ସହ ସ୍ଵଚ୍ଛାକୃତ ରକ୍ତଦାନ ଶିବିର କରି ରକ୍ତ ଭଣ୍ଡାରର ଆବଶ୍ୟକତାକୁ ପୁରଣ କରିଛନ୍ତି । ନିଜ ଗ୍ରାମରେ “ପଞ୍ଚୁଟିକ୍ରୀ ଯୁବକ ସଂଘ” ପ୍ରତିଷ୍ଠା କରିଛନ୍ତି ।