ରାସନ ସାମଗ୍ରୀ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ଦାଵିପତ୍ର
ସମ୍ବଲପୁର,( ସା.ଆ.ମି): ନାକଟିଦେଉଳ ବ୍ଲକ ଅନ୍ତର୍ଗତ ବାଟଗାଁ ପଞ୍ଚାୟତ କାର୍ଯ୍ଯାଳୟଠାରୁ କୁଟାସିଙ୍ଗା ଓ
ପାଣୁନାଳି ଗାଁକୁ ୧୦ କିମି ଦୂରତା l
ଉକ୍ତ ଦୁଇ ଗ୍ରାମର ଲୋକେ ରାସନ ଚାଉଳ
ନେବାକୁ ହେଲେ ୧୦ କିମି ରାସ୍ତା ବାଟଗାଁ
ପଞ୍ଚାୟତ କାର୍ଯ୍ଯାଳୟକୁ ଆସିବାକୁ ପଡିଥାଏ l
ଏହିରାସ୍ତା ମଝିରେ ୬କିମି ଜଙ୍ଗଲ ରହିଥିବାରୁ ହାତୀ ଯିବାଆସିବା ଚଲାପଥ ହୋଇଥିବା
ଯୋଗୁ ଲୋକେ ଭୟଭୀତ ଅବସ୍ଥାରେ ଯିବା
ଆସିବା କରୁଥିବା ବେଳେ ରାସନଚାଉଳ
ପାଇଁ ଯିବାଆସିବା ୨୦କିମି ଦୂର ରାସ୍ତା
ହେଉଥିବାରୁ ରାସନ ସାମଗ୍ରୀ ନେବାବେଳେ
ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି l ତେଣୁ ନିଜନିଜ ଗାଁରେ ରାସନ ଚାଉଳ ଯୋଗାଇ ଦେବା ପାଇଁ ବାଟଗାଁ ସରପଞ୍ଚ ସୌଦାମିନୀ ବେହେରାଙ୍କ ନେତୃତ୍ୱରେ ନାକ୍ଟିଦେଉଳବ୍ଲକ ଠାରେ ହୋଇଥିବା ଅଭିଯୋଗ ଶୁଣାଣିରେ କୁଟାସିଙ୍ଗା ଓ ପାଣୁନାଳି ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରଛନ୍ତି l