ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ : ପ୍ରଶାସନର ନିଘା ନାହିଁ
ଓଡାପଡା,(ସା ଆ ମି ): ଶିକ୍ଷାରବିକାଶ ନିମନ୍ତେ ରାଜ୍ୟ ସରକାର ହୁଅନ୍ତୁ କିମ୍ବା କେନ୍ଦ୍ର ସରକାର l
କୋଟିକୋଟି ଟଙ୍କା ରାଜସ୍ବ ବିନିମୟରେ ନାନା ଯୋଜନା ଗଢି
ଭୋଟବ୍ୟାଙ୍କ ବଢ଼ାଇବାରେ ଲହୁଲୁହାଣ ହେଉଥିବା ବେଳେ ତଳସ୍ଥରରେ ନିମ୍ନମାନର ନିର୍ମାଣ କାର୍ଯ୍ୟରେ ରୋକ ଲଗାଇbସରକାରଙ୍କୁ ସହଯୋଗର ହାତ ବଢ଼ାଉଥିବାବେଳେ ସାଥ ମିଳୁନି l ସରକାରୀ ବାବୁମାନଙ୍କର ନିଘା ଶୂନ l
ନା ରହୁଛନ୍ତିଯନ୍ତ୍ରୀ ନା ଶୁଣୁଛନ୍ତି ବିଭାଗୀୟ ଅଧିକାରୀ l ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମିଲି ଭଗତର କଥା କିଛି ନୂଆ ନଥିବାବେଳେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି l ଓଡାପଡା ବ୍ଲକ ଅଞ୍ଚଳ ଅଙ୍କରାନ୍ତିପୁର ଆଦର୍ଶ ବିଦ୍ୟାଳୟରେ ନିର୍ମାଣ ହେଉଥିବା ଯାନବାହନ ରହଣି ସେଡ ଓ ସୁରକ୍ଷା କର୍ମୀଙ୍କ ଆଶ୍ରୟସ୍ଥଳ ନିର୍ମାଣ କାର୍ଯ୍ୟ ନିମ୍ନମାନର, ଅସୁରକ୍ଷିତ ଓ ବିନା ତଦାରଖରେ କରାଯାଉଥିବାର ଅଭିଯୋଗ ହେଉଛି l ଚପଳମତି ଛାତ୍ରଛାତ୍ରୀଙ୍କ ପ୍ରତି ବିପଦର ଆଶଙ୍କା କରାଯାଉଛି l ନିର୍ମାଣ କାର୍ଯ୍ୟ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି l