ଆମଲା ସଂଘର ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ : ସାଧାରଣ ଲୋକେ ହୀନସ୍ତା
ବଲାଙ୍ଗୀର/ଟିଟିଲାଗଡ : ଅମଲାଙ୍କ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଥିବା ବେଳେ ସାଧାରଣ ଲୋକେ ହଇରାଣ ହରକତର ଶିକାର ହେଉଥିବା ଦେଖାଯାଉଛି। ପ୍ରକାଶ ଯେ ବଲାଙ୍ଗୀର ଜିଲ୍ଲା ମିଳିତ ଆମଲା ସଂଘ ତରଫରୁ ଏହି ଆନ୍ଦୋଳନ ଆରମ୍ଭ କରାଯାଇଛି । ଓଆରଏସ ପି ରୁଲ/୨୦୧୭ କୁ କାର୍ଯ୍ୟକ୍ଷମ କରିବା, ଲେବେଲ -୪ ରୁ ଲେବେଲ-୯ ପର୍ଯ୍ୟନ୍ତ ସମସ୍ତ ଆମାଲାଙ୍କ ମୂଳ ଦରମା ପ୍ରଦାନ ଆଦି ଦାବି କରି କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ସାଧାରଣ ଲୋକେ ଅକଥନୀୟ ଦୁର୍ଦ୍ଦଶାର ଶିକାର ହେଉଥିବା ଦେଖାଯାଉଛି। ସେହିପରି ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ ଆମଲା ଧାରଣା ଦେଇଥିବା ବେଳେ ଆବାସ ଯୋଜନା, ବିଭିନ୍ନ ପ୍ରମାଣ ପତ୍ର ନିମନ୍ତେ ଲୋକେ ଆସି ହଇରାଣ ହରକତ ହୋଇ ଆସୁଥିବା ଦେଖାଯାଉଛି। ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ଆମଲା ସଙ୍ଘ ତରଫରୁ ତୁରନ୍ତ ସମସ୍ତ ଦାବି ପୂରଣ କରାଯାଉ ବୋଲି ପ୍ରକାଶ କରିଛନ୍ତି।