ବାହାନଗା ଟ୍ରେନ୍ ଦୁର୍ଘଟଣା: ଦକ୍ଷିଣ-ପୂର୍ବ ରେଳବାଇ ଏଜିଏମ୍ ବଦଳିଲେ
ନୂଆଦିଲ୍ଲୀ : ବାହାନଗା ଟ୍ରେନ୍ ଦୁର୍ଘଟଣାର ୧୩ ଦିନ ପରେ ରେଳ ମନ୍ତ୍ରଣାଳୟ ଆଜି ଦକ୍ଷିଣ-ପୂର୍ବ ରେଳବାଇର ଅତିରିକ୍ତ ଜେନେରାଲ ମ୍ୟାନେଜର ଅତ୍ୟୁଲ ସିହ୍ନାଙ୍କୁ ବଦଳି କରିଛି। ତାଙ୍କୁ ପଶ୍ଚିମବଂଗର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାସ୍ଥିତ ଚିତ୍ତରଂଜନ ଲୋକୋମୋଟିଭ ୱାର୍କସର ପ୍ରିନ୍ସିପାଲ ଚିଫ୍ ମେକାନିକାଲ ଇଞ୍ଜିନିୟର ଭାେବ ନିଯୁକ୍ତି ମିଳିଛି। ପୂର୍ବ ରେଳବାଇର ପ୍ରିନ୍ସିପାଲ ଚିଫ୍ ଇଞ୍ଜିନିୟର ଏ.କେ. ଦୁବେଙ୍କୁ ସିହ୍ନାଙ୍କ ସ୍ଥାନରେ ଦକ୍ଷିଣ ପୂର୍ବ ରେଳବାଇର ଅତିରିକ୍ତ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ମିଳିଛି।