ମଣିପୁରରେ ପୁଣି ହିଂସା ଅଣାୟତ୍ତ

0

ନୂଆଦିଲ୍ଲୀ : ମଣିପୁରରେ ହିଂସା ଅଣାୟତ୍ତ ହୋଇଛି। ଶାନ୍ତି ପ୍ରକ୍ରିୟା କିଛି କାମ ଦେଉନି। ସରକାର ରାଜ୍ୟରେ ଶାନ୍ତି ଫେରାଇବା ପାଇଁ ଶାନ୍ତି କମିଟି ଗଠନ କରିଛନ୍ତି। କିନ୍ତୁ ଶାନ୍ତି କମିଟି ବୈଠକକୁ ଉଭୟ କୁକି ଏବଂ ମୈତେଇ ସମ୍ପ୍ରଦାୟ ବର୍ଜନ କରିଥିବା ବେଳେ ରାଜ୍ୟରେ ପ୍ରତିଦିନ ଗୁଳିମାଡ଼ ଓ ପୋଡ଼ାଜଳା ଜାରି ରହ‌ିଛି। ଇମ୍ଫାଲରେ ଗୁରୁବାର ଅପରାହ୍ନରେ ପୁଣି ହିଂସାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଆଜି ଇମ୍ଫାଲର ନ୍ୟୁ ଚେକନ୍‌ ଅଞ୍ଚଳରେ ଅନେକ ଘର ଜାଳି ଦେଇଛନ୍ତି। ବୁଧବାର ରାତିରେ ଖାମେନଲୋକ ଅଞ୍ଚଳରେ ଦୁର୍ବୃତ୍ତମାନଙ୍କ ଆକ୍ରମଣ ଯୋଗୁଁ ୧୧ ଜଣଙ୍କ ମୃତ୍ୟୁ ହେବାପରେ ଗୁରୁବାର ଦିନ ପୁଣିଥରେ ହିଂସା ବ୍ୟାପିଛି। ହିଂସା ନିୟନ୍ତ୍ରଣ ପାଇଁ ସୁରକ୍ଷାବାହିନୀକୁ ଆଜି ଟିୟରଗ୍ୟାସ ସେଲ୍‌ ପ୍ର‌ୟୋଗ କରିବାକୁ ପଡ଼ିଛି। ସେନା ଏବଂ ଆସାମ ରାଇଫଲ୍ସ ୟୁନିଟ୍‌ ଦ୍ବାରା ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ବୃଦ୍ଧି କରାଯାଇଛି। ସ୍ଥିତି ଅତ୍ୟନ୍ତ ଅଶାନ୍ତ ରହିଛି। କେତେକ ସ୍ଥାନରେ ସୁରକ୍ଷା ବାହିନୀ ଓ ଉତ୍ତ୍ୟକ୍ତ ଜନତାଙ୍କ ମଧ୍ୟରେ ସଂଘର୍ଷ ଘଟିଥିବାର ମଧ୍ୟ ଖବର ମିଳିଛି।

ସୂଚନାଯୋଗ୍ୟ ଯେ ମେ’ ୩ ତାରିଖରେ ମଣିପୁରରେ ହିଂସା ଆରମ୍ଭ ହେବା ପରଠାରୁ ୧୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ଏବଂ ପାଖାପାଖି ୪୦୦ ଲୋକ ହିଂସା ଯୋଗୁଁ ଆହତ ହୋଇଛନ୍ତି।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?