ଟିକିଲିଙ୍କୁ ମିଳୁନି ସରକାରୀ ସହାୟତା

0

ଢେଙ୍କାନାଳ.14.06.23(ସା ଆ ମି ): ଓଡାପଡା ବ୍ଲକର ମେରାମଣ୍ଡଳୀ ଗ୍ରାମର ଟିକିଲିସାହୁ ପି -ବାଇଧର ସାହୁ ବୈଦିକ ରୀତିରେ ନିକଟସ୍ଥ ତାରାକାବେଡା ଗ୍ରାମର କାନ୍ଦୁରୁ ସାହୁଙ୍କୁ ବିବାହ କରିଥିଲେ l ଦୈବର ବିଡମ୍ବନା,ଟିକିଲିଙ୍କ ସ୍ୱାମୀ କାନ୍ଦୁରୁଙ୍କ ଅକାଳ ବିୟୋଗ ଘଟିବାରେ ଶାଶୁଘରେ ଆଶ୍ରା ନ ପାଇ ଚାଳିଶବର୍ଷ ହେବ ନିଜର ଜନ୍ମମାଟିକୁ ଫେରି ଆସି ଗ୍ରାମବାସୀ ଓ ମେରାମଣ୍ଡଳୀ ଗ୍ରାମର ସାଇ ଆଶ୍ରମରେ ଆଶ୍ରିତ ହୋଇ ଜୀବନ ବଞ୍ଚାଇ ଆସୁଥିଲେ l ଗ୍ରାମବାସୀ ଓ ଆଶ୍ରମ ପୂଜାରୀ ବିରଞ୍ଚି ନାରାୟଣ ରଥ ନିରୀହ ଟିକିଲିଙ୍କୁ ସାହାରା ଦେଇଆସୁଥିଲେ l ଏବେ ଟିକିଲି ରୁଗଣ ଆଉ ଜରାଜୀର୍ଣ ଅବସ୍ଥାରେ ଆଶ୍ରମ ଓ ଗ୍ରାମବାସୀଙ୍କ ସାହାରା ବିନା ବିକଳ୍ପ କିଛି ବି ନ ପାଇ ଅସହାୟ ହୋଇରହିଛନ୍ତି l ଗ୍ରାମବାସୀ ଓ ଆଶ୍ରମ ପରିଚାଳନା କମିଟି ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ନିରୀହ ବୃଦ୍ଧା ଟିକିଲିଙ୍କୁ ସହଯୋଗର ହାତ ବଢ଼ାଇଲେ ତାଙ୍କ ଜୀବନ ସୁରକ୍ଷିତ ହୋଇପାରିବ l


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?