ରେଢାଖୋଲ ନିର୍ବାଚନ ମଣ୍ତଳୀରେ ଜିଲ୍ଲା ବାହାର ଲୋକ ପ୍ରାର୍ଥୀ, ବିକାଶରେ ବାଧକ
ସମ୍ବଲପୁର,୧୧ l୬ (ସା.ଆ.ମି):
ରେଢାଖୋଲ,ନାକଟିଦେଉଳ ,ଜୁଜୁମୁରା ଓ
ମାନେଶ୍ବର ବ୍ଲକର କିଛି ଅଂଶକୁ ନେଇ
ରେଢାଖୋଲ ବିଧାନସଭା ନିର୍ବାଚନ
ମଣ୍ଡଳୀ ଗଠନ ହୋଇଛି l ସ୍ବାଧୀନତାର ଦୀର୍ଘବର୍ଷ ପରେ
ମଧ୍ଯ ସ୍ଥାନୀୟ ରେଢାଖୋଲ
ସଦର ମହକୁମାରୁ ଥରେ ମାତ୍ର ସ୍ବର୍ଗତଃ
ବସନ୍ତ ମହାନନ୍ଦ ଜନତା ଦଳରୁ ବିଧାୟକ
ପ୍ରାର୍ଥୀ ଭାବରେ ନିର୍ବାଚନ ଲଢି ବିଧାୟକ
ଭାବରେ ନିର୍ବାଚିତ ହୋଇଥିଲେ l ପ୍ରବାଦପୁରୁଷ
ବିଜୁବାବୁଙ୍କ ଜନତା ଦଳ ସରକାରରେ
ରାଜ୍ଯ ବାଣିଜ୍ଯ ଓ ପରିବହନ ମନ୍ତ୍ରୀ
ପଦ ପାଇବାରେ ବି ସୁଯୋଗ ପାଇଥିଲେ l
ତାଙ୍କ ପରେ ସ୍ଥାନୀୟ ଅଞ୍ଚଳରୁ ଅନ୍ଯ କେହି
ଜଣେ ମଧ୍ଯ ଅଦ୍ଯାବଧି ରେଢାଖୋଲ
ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ
ନିର୍ବାଚନ ଲଢି ନିର୍ବାଚିତ ହୋଇନାହାନ୍ତି l
୨୦୦୯ରୁ ଏହି ନିର୍ବାଚନ ମଣ୍ଡଳୀ
ସାଧାରଣବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ହୋଇ
ଥିବାରୁ ବାହାର ପ୍ରାର୍ଥୀଙ୍କ ଏଠାରେ ଲୋଲୁପ
ଦୃଷ୍ଟି ପକାଇ ପ୍ରାର୍ଥୀ ହୋଇ ନିର୍ବାଚନ ଲଢି
ବିଧାୟକ ଭାବେ ନିର୍ବାଚିତ ହେଉଛନ୍ତି l
ଭୋଟରମାନେ ମଧ୍ଯ ସେମାନଙ୍କୁ ଭେୋଟ
ଦେଇ ନିର୍ବାଚିତ କରୁଛନ୍ତି l ବାହାର ପ୍ରାର୍ଥୀ
ହେଉଥିବା ଯୋଗୁ ରେଢାଖୋଲ ନିର୍ବାଚନ
ମଣ୍ଡଳୀ ବିକାଶ ଦିଗରେ ଅନ୍ତରାୟ ସୃଷ୍ଟି କରୁଛି l
ବିଗତ ଦିନରେ କେତେକ ଦଳୀୟ କର୍ମୀ
ନିଜର ସ୍ବାର୍ଥ ସାଧନ ପାଇଁ ସ୍ଥାନୀୟ ନାକଟିଦେଉଳ
ଅଞ୍ଚଳରୁ ଗୀତାଞ୍ଜଳି ପ୍ରଧାନଙ୍କୁ ଶାସକ
ବିଜୁ ଜନତା ଦଳରୁ ବିଧାୟିକା ପ୍ରାର୍ଥୀ ଭାବରେ
ଟିକେଟ ଦେଇ ଶେଷ ମୁହୂର୍ତ୍ତରେ ଟିକେଟ କଟାଯାଇ
ଜିଲ୍ଲା ବାହାରୁ ବରଗଡ ଜିଲ୍ଲାରୁ ବିଧାୟକ ପ୍ରାର୍ଥୀ
ଭାବରେ ପ୍ରସନ୍ନ ଆଚାର୍ଯ୍ଯ ନିର୍ବାଚନ ଲଢି ବିଧାୟକ
ଭାବରେ ନିର୍ବାଚିତ ହୋଇ ରାଜ୍ଯ ମନ୍ତ୍ରୀମଣ୍ଡଳରେ
ସ୍ଥାନ ପାଇଥିଲେ l ଶ୍ରୀ ଆଚାର୍ଯ୍ଯଙ୍କ ସମୟରେ
ମହାନଦୀରୁ ରେଢଖୋଲ ଟାଉନକୁ ପିଇବା ପାଣି
ଯୋଗାଇ ଦେବାପାଇଁ ମୁଖ୍ଯମନ୍ତ୍ରୀ ଶିଳାନ୍ଯାସ
କରିଥିଲେ ମଧ୍ଯ ଆଜି ପର୍ଯ୍ଯନ୍ତ ପିଇବାପାଣି
ରେଢ଼ାଖୋଲକୁ ପହଞ୍ଚି ପାରିନାହିଁ l
ଫଳରେ ରେଢାଖୋଲ ନିର୍ବାଚନ ମଣ୍ଡଳୀରେ
ଜିଲ୍ଲା ବାହାରୁ
ପ୍ରାର୍ଥୀ ହେଉଛନ୍ତି l